ଜୀ ସାର୍ଥକରେ ‘ଲକ୍ଷ୍ମୀପୁରାଣ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ଜୀ ସାର୍ଥକ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପବିତ୍ର ମାର୍ଗଶୀର ମାସରେ ‘ଲକ୍ଷ୍ମୀ ପୁରାଣ’ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଉଛି। ଦୀର୍ଘ ୧୭ ବର୍ଷ ବ୍ୟବଧାନ ପରେ ଏହି କାର୍ଯ୍ୟକ୍ରମ ଜରିଆରେ ମାମା ମିଶ୍ର ପରଦାରେ ଦେଖାଯିବେ। ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ମାର୍ଗଶୀର ମାସର ପ୍ରତି ଗୁରୁବାର ଭୋର ୫ଟା , ସକାଳ ୭ଟା ଓ ଅପରାହ୍ନ ୩.୩୦ରେ ପ୍ରସାରଣ କରାଯିବ।

ଜୀ ସାର୍ଥକ ସର୍ବଦା ଓଡ଼ିଶାର ପର୍ବ ପର୍ବାଣୀ ଓ ଧାର୍ମିକ ଭାବନାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରି ଆସିଛି। ଓଡି଼ଶାର ଗୃହିଣୀମାନେ ଗୁରୁବାର ମାଣବସା ବ୍ରତକୁ ବହୁ ଦିନରୁ ପାଳନ କରି ଆସୁଛନ୍ତି I ମାର୍ଗଶିର ମାସ ଗୁରୁବାରଦିନ ଲକ୍ଷ୍ମୀ ପୁରାଣ ପାଠ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟୀ ରୁହେ। ଏହି ଅବସରରେ ଚ୍ୟାନେଲ୍ ମୁଖ୍ୟ ଅର୍ଘ୍ୟ ରାୟ ଚୌଧୁରୀ କହିଛନ୍ତି ଯେ ଓଡ଼ିଶାର ଲୋକମାନେ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜୀ ସାର୍ଥକର ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଦର୍ଶକଙ୍କ ମନକୁ ଛୁଇଁବ ଓ ପ୍ରଭାବିତ କରିବ। ଜୀ ସାର୍ଥକ ଦର୍ଶକଙ୍କ ମନୋରଞ୍ଜନ ସକାଶେ ନିରନ୍ତର ଉଦ୍ୟମ କରିଆସିଛି ଏବଂ ଆଗମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି। ଜୀ ସାର୍ଥକ ରାଜ୍ୟର ଦର୍ଶକମାନଙ୍କୁ ମେଗା ଧାରାବାହିକ, ରିଅଲିଟି ସୋ’ ଆଦି ଜରିଆରେ ମରୋଞ୍ଜନ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର