ଭୁବନେଶ୍ବର: ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ।
ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିବା ବେଳେ ରାଜୁର ଗିରଫ ସମ୍ପର୍କୀୟ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୁଲିସକୁ ଦେଇଥିଲା। ଏଥି ସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମୀସାଗର ଥାନା ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/s-39.jpg)