ଅମ୍ବାଭୋନା : ଖଣ୍ତା ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ସ୍ଥଳରେ ଦୁର୍ଗାମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

ଅମ୍ବାଭୋନା : ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲେଥେର ଗ୍ରାମଠାରେ ଷଢ଼ବଂଶୀ ଗୌଁଡ ସମାଜ ମହାସଂଘ ପକ୍ଷରୁ ଦୁର୍ଗା ମନ୍ଦିର ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଷଢ଼ବଂଶୀ ଗୌଁଡ ସମାଜ ଲେଥେର ଗୁଡି ସଭାପତି ରବି ସିଂ ଧରୁଆଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସେଠାରେ ପାହାଡ଼ଶ୍ରୀଗିଡ଼ା ଜମିଦାର ପୁରୁଷୋତ୍ତମ ସିଂ, କେଶାଇପାଲି ଜମିଦାର ଲକ୍ଷ୍ମୀ ନାରାୟଣ ସିଂ ଧ୍ବଜା ସ୍ଥାପନ ଓ ଖଣ୍ତା ପୂଜା କରିଥିଲେ। ପୂର୍ବତନ ସରପଞ୍ଚ ହୀରାଧର ସାହୁ, ଷଢ଼ବଂଶୀ ଗୌଁଡ ସମାଜ ଅମ୍ବାଭୋନା ଗୁଡି ସଭାପତି ମହାଦେବ ବାଗଙ୍କ ସମେତ ଖୋଲା, କେଶାଇପାଲି ଗୌଁଡ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବଡ଼ଦେଓଙ୍କଠାରେ ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା। ଷଢ଼ବଂଶୀ ଗୌଁଡ ସମାଜ ମହାସଂଘ ସଭାପତି ଲକ୍ଷ୍ମୀନାରାୟଣ ସିଂଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦୁର୍ଗାମନ୍ଦିର ନିର୍ମାଣ, ସାଂଗଠନିକ, ଆର୍ଥିକ ଅନୁଦାନ ସଂପର୍କରେ ଆଲୋଚନା ହୋଇଥିଲା। ଅଲେଖ ଧରୁଆ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଦୁର୍ଗାମନ୍ଦିର ନିର୍ମାଣ କରାଯାଉଥିବା ସ୍ଥାନରେ ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କ ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର