ସମ୍ବଲପୁର : ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିମ୍ସାର୍ରେ ୧୩ କିଲୋଲିଟର୍ ବିଶିଷ୍ଟ ୨ଟି ତରଳ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ସଂରକ୍ଷଣ ଓ ବିତରଣ ପ୍ରକଳ୍ପ ତଥା ପ୍ରେସର୍ ସ୍ବିଙ୍ଗ ଆଡ୍ଜର୍ପସନ୍ (ପିଏସ୍ଏ) ଭିତ୍ତିକ ୬୦୦ ଏଲ୍ପିଏମ୍ର ଅମ୍ଲଜାନ ଉତ୍ପାଦନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ଆଉ ଏକ ପିଏସ୍ଏ ଭିତ୍ତିକ ୩ ହଜାର ଏଲ୍ପିଏମ୍ ଉତ୍ପାଦନ ପ୍ରକଳ୍ପ ସ୍ଥାପନର ଯୋଜନା ରହିଛି। ଏହି ପ୍ରକଳ୍ପ ଗୁଡ଼ିକ କୋଭିଡ୍ ସମୟରେ ଓ କୋଭିଡ୍ ପରେ ବି ବୁର୍ଲା ବଡ଼ ଡାକ୍ତରଖାନାର ରୋଗୀ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଏହି ୬୦୦ ଏଲ୍ପିଏମ୍ ପିଏସ୍ଏ ପ୍ରକଳ୍ପକୁ ଭବିଷ୍ୟତରେ ବର୍ତ୍ତମାନର କୋଭିଡ୍-୨ ହସ୍ପିଟାଲ୍ (ନୂଆ ମେଡିସିନ୍ ୱାର୍ଡ)କୁ ଅମ୍ଳଜାନ ଯୋଗାଣ ପାଇଁ ବ୍ୟବହାର କରିବାକୁ ଯୋଜନା ରହିଥିବା ନିର୍ଦ୍ଦେଶକ ପ୍ର. ଲଳିତ ମେହେର କହିଛନ୍ତି।
/sambad/media/post_attachments/wp-content/uploads/2021/06/f4079056-9475-4692-9697-735cec23fbd5.jpg)
ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଜୀବନରକ୍ଷକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲାବେଳେ ଉତ୍ସବ ସ୍ଥଳରେ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୁଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲାପାଳ ଶୁଭମ୍ ସକ୍ସେନା, ଆରକ୍ଷୀ ଅଧୀକ୍ଷକ ବି ଗଂଗାଧର, ଭିମ୍ସାର୍ ନିର୍ଦ୍ଦେଶକ ପ୍ର. ଲଳିତ ମେହେର, ଅଧ୍ୟକ୍ଷ ପ୍ର. ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ର. ଲାଲ୍ମୋହନ ନାୟକ ଅତିଥିଭାବେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୁର୍ଲା ଟାଉନ୍ ବିଜେଡିର ପୂର୍ବତନ ସଭାପତି ଦେବାଶିଷ ନନ୍ଦ, ଜିଲ୍ଲା ଯୁବ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ବରିଷ୍ଠ ସଦସ୍ୟ ପ୍ରଦ୍ୟୁମ୍ନ ମିଶ୍ର, ଆର୍ଏ ଶିବକୁମାର, ତରଣୀସେନ ଚାନ୍ଦ, ଶାନ୍ତିଲତା ସ୍ୱାଇଁ, ରିଙ୍କୁ ମାଝୀ, ଜିତୁ ଲାମା, ନରେଶ ବାରିକ, ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/932fe480-8e2a-4bb7-8dda-c3306d99aa37.jpg)