ଏଣିକି ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ, ଭିଡ଼ରୁ ରକ୍ଷା ପାଇବେ ଆବେଦନକାରୀ

ଭୁବନେଶ୍ବର: ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ, ସେମାନଙ୍କ ଲାଗି ଭଲ ଖବର। ଏଥିପାଇଁ ଆରଟିଓ ଅଫିସରେ ଧାଡ଼ି ଦେବାକୁ ପଡ଼ିବ ନାହିଁ। ଏଣିକି ଲର୍ଣ୍ଣିଂ ଲାଇସେନ୍ସ ଅନଲାଇନରେ ମିଳିବ, କାଗଜ  ଆକାରରେ ମିଳିବ ନାହିଁ । କାଗଜ ଲାଇସେନ୍ସକୁ ବନ୍ଦ କଲେ ଆରଟିଓ । ବର୍ତ୍ତମାନ ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ । ଏଥିସହ ଗାଡ଼ିର ଫିଟ୍ନେସ ସାର୍ଟିଫିକେଟର ପ୍ରମାଣପତ୍ର ବି ଅନଲାଇନରେ ମିଳିବ । ତେବେ ଇ-ଲର୍ଣ୍ଣିଂ ନେଇ ଆଂଚଳିକ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଯେଉଁମାନେ କାଗଜ ଦସ୍ତାବିଜ ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫିସ ପୈଠ କଲେ ଅନଲାଇନରେ ଦସ୍ତାବିଜ ପାଇପାରିବେ । ଏଥିପାଇଁ ଆବେଦକଙ୍କୁ ସଂପୃକ୍ତ ୱେବସାଇଟକୁ ଯିବାକୁ ପଡ଼ିବ । ୱେବସାଇଟକୁ ଯାଇ ଆପଣ ଆପଣଙ୍କ ଆବଶ୍ୟକୀୟ କାଗଜପତ୍ର ଡାଉନଲୋଡ କରିପାରିବେ ।

ତେବେ ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ ଗାଡ଼ି କାଗଜପତ୍ର ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଡକ୍ୟୁମେଣ୍ଟ ପାଇବାକୁ ସକାଳ ପହରୁ ଲମ୍ବା ଧାଡ଼ି ଦେଉଛନ୍ତି । କାଜର ଖଣ୍ଡେ ପାଇଁ ସାରା ଦିନ ଧାଡିରେ ରହିବାକୁ ପଡୁଥିବାରୁ ଲୋକେ ଅସନ୍ତୋଷ ବି ଜାହିର କରିଛନ୍ତି । ତେବେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଅନଲାଇନରେ ଲର୍ଣ୍ଣିଂ ଦେବାକୁ ସ୍ଥିର କରିଛନ୍ତି ଆରଟିଓ ।

ସମ୍ବନ୍ଧିତ ଖବର