ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ବର : ବାତ୍ୟା ୟାସକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି । ତା ସହିତ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅତି ଜରୁରୀ ଥିଲେ ବିଭାଗୀୟ ଅଧିକାରୀଙ୍କ ଅନୁମତିରେ କର୍ମଚାରୀ ଛୁଟି ନେଇପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ୟାସ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବା ସହିତ ଭଦ୍ରକ କିମ୍ବା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁପାରେ । ତେଣୁ  ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଏବେ ପ୍ରସ୍ତୁତ ହେଉଛି ଓଡିଶା । ଆଉ ଏହାକୁ ଆଖି ଆଗରେ ରଖି ଏବେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି ।

ସମ୍ବନ୍ଧିତ ଖବର