ଭୁବନେଶ୍ବର: ବାତ୍ୟା ପାଇଁ ବାତିଲ ହେଲା ସରକାରୀ ଅଫିସରଙ୍କ ଛୁଟି । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋରାପୁଟ ଓ ନୟାଗଡ଼ରେ ସମସ୍ତ ସରକାରୀ ଅଫିସରଙ୍କୁ ଛୁଟିକୁ ବାତିଲ କରିଦିଆଯାଇଛି । ମୋଟ ୩ ଦିନ ପାଇଁ ଏହି ଛୁଟି ବାତିଲ କରାଯାଇଛି । ଆସନ୍ତା ୩ରୁ ୫ ତାରିଖ ଭିତରେ କୋରାପୁଟ ଓ ନୟାଗଡ଼ ଜିଲ୍ଲାର କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୧୦୨୦ କିଲୋମିଟର ଓ ପାରାଦ୍ୱୀପ ଠାରୁ ୧୦୬୯ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସୁଦ୍ଧା ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଉପକୂଳ ସହିତ ସମାନ୍ତରାଳ ଭାବେ ଗତି କରିବ ବୋଲି ଆକଳନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/cyclone-2.jpeg)