କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ନୁଦୁରପଡ଼ା- ଜଂଘିରା ରାସ୍ତାର ବାଉଟିଆ ନାଳ ନିକଟରେ ଦୁର୍ଘଟଣାରେ ମହାପାଟ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପିକା ନିହାରିକା ମିଶ୍ର (୨୭)ଙ୍କ ମୃ୍ତ୍ୟୁ ଘଟିଛି। ନିହାରିକାରଙ୍କ ସହ ତାଙ୍କ ଭଉଣୀ ଥିଲେ। ସେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦୁଇଭଉଣୀ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ କେନ୍ଦୁଝରରୁ ଏକ ସ୍କୁଟିରେ ଜଂଘିରା ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର୍ (ଓଡି-୦୨-ବିବି-୭୨୪୯) ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିଲା ସେଠାରେ ନିହାରିକାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/7-7.jpg)