ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ବଢ଼ୁଛି

ଭୁବନେଶ୍ବର: ପୁଲିସ ସେବା ଭବନରେ ସୁଇସାଇଡ ଆଣ୍ଡ ଲ ଏନଫାର୍ସମେଣ୍ଟ ସମ୍ପର୍କିତ ବକ୍ତୃତା ସିରିଜ ଅନୁଷ୍ଠିତ ହେଇଛି। ଏହି ସେମିନାରରେ ଓଡ଼ିଶାରେ ହେଉଥିବା  ଆତ୍ମହତ୍ୟାର ନିରାକରଣ ଦିଗ ସମ୍ପର୍କରେ ବିଶିଷ୍ଟ ମନସ୍ତତ୍ତ୍ବବିତ ପ୍ରଫେସର ସୌମିତ୍ର ପଠାରେ କମିସନରେଟ ପୁଲିସ ଅଧିକାରୀମାନଙ୍କୁ ବକ୍ତୃତା ପ୍ରଦାନ କରି ସୁଚିନ୍ତିତ ମତାମତ ରଖିଛନ୍ତି।

ଜାତୀୟ ହାରଠାରୁ ଓଡ଼ିଶାରେ ଆତ୍ମହତ୍ୟା ହାର ବଢୁଛି। କେଉଁ କାରଣରୁ ଆତ୍ମହତ୍ୟା ହେଉଛି, ଆତ୍ମହତ୍ୟାର କାରଣ, ନିରାକରଣ,ତଦନ୍ତ ସହ ଆତ୍ମହତ୍ୟା ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟିଂ ନେଇ ଆଲୋକପାତ କରାଯାଇଛି। ମୁଖ୍ୟ ଅତିଥି ରୂପେ  ପୋଲିସ ଡିଜିପି ସୁନୀଲ ବଂଶଲ. ପୋଲିସ କମିସନର ‌ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଅତିରିକ୍ତ ପୁଲିସ କମିସନର ଡ଼. ଉମାକାନ୍ତ ଦାସଙ୍କ ସହ ବହୁ ପୁଲିସ ଅଧିକାରୀ ଯୋଗ ଦେଇଥିଲେ।।ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ବୃଦ୍ଧି ହେଉଥିବା ଆତ୍ମହତ୍ୟା ମାମଲା ଜନସାଧାରଣଙ୍କ ମନରେ ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି।


ଏଥିପାଇଁ କମିସନରେଟ ପକ୍ଷରୁ ଆତ୍ମହତ୍ୟା ଏବଂ ଆଇନ ପ୍ରଣୟନକାରୀ ଦିଗରେ କାମ କରୁଥିବା ବିଶେଷଜ୍ଞଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି। ଜାତୀୟ ଆତ୍ମହତ୍ୟା ହାର ୧୨ ଥିବା ବେଳେ ଓଡ଼ିଶା ହାର ୧୨.୫ ରହିଛି। ଯୁବପୀଢ଼ିଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି। ସେପଟେ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ଟ୍ଵିନ ସିଟିରେ କଟକ- ଭୁବନେଶ୍ୱର ରେ ୨୨୬ ଜଣଙ୍କ ଆତ୍ମହତ୍ୟା ମାମଲା ହୋଇଛି। ତା ମଧ୍ୟରେ ବିଚାରପତି,ଅଭିନେତା ,ମହିଳା ଯନ୍ତ୍ରୀ, ଗୃହିଣୀ ଓ ଛାତ୍ରୀ ଅଛନ୍ତି। ମାମଲା ବଢ଼ୁଥିବାରୁ ଅଧିକ ସଚେତନତା ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ।

 

ସମ୍ବନ୍ଧିତ ଖବର