ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ସିପିଆଇ, ସିପିଆଇ(ଏମ୍), ସିପିଆଇଏମଏଲ୍ ଲିବରେସନ ଓ ଅଲ୍ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର, ହାଇକୋର୍ଟ ତତ୍ତ୍ବାବଧାନରେ ଏସ୍ଆଇଟି ଗଠନ ସହ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ଓ ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଦାବିରେ ଆଜି ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସିପିଆଇର ଆଶିଷ କାନୁନ୍ଗୋ, ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାସ ପୁହାଣ, ସିପିଆଇ(ଏମ)ର ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ଯତୀନ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସିପିଆଇଏମଏଲ ଲିବରେସନର ଯୁଧିଷ୍ଠର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଆଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ରମେଶ ଜେନା, ସରୋଜ ନାୟକ, ପ୍ରମୋଦିନ ସାହୁ, ବିମଳି ନାୟକ, ଜୟପ୍ରକାଶ ଭଞ୍ଜଦେବ ଓ ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/m43.jpg)