କେନ୍ଦ୍ରାପଡ଼ା : ପାଟକୁରା କଂଗ୍ରେସ ପ୍ରାର୍ଥୀ ତଥା କଂଗ୍ରେସ ନେତା ଜୟନ୍ତ ମହାନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କୁ ଓକିଲ ନୋଟିସ ପଠାଇଛନ୍ତି। ଡାକ୍ତର ରାଉତ ପାଟକୁରା ନିର୍ବାଚନ ସମୟରେ ତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଜୟନ୍ତ ଅଭିଯୋଗ କରିଥିଲେ। ନିର୍ବାଚନ ଫଳ ବାହାରିବା ପରେ ମଧ୍ୟ କେତେକ ଘରୋଇ ଟିଭି ଚ୍ୟାନେଲ ଓ ୱେବ୍ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ ଜୟନ୍ତଙ୍କ ସମ୍ମାନହାନୀ ହେଲା ଭଳି ମନ୍ତବ୍ୟ ଦେଇଥିଲେ। ଏଥିରେ ଅପମାନିତ ଅନୁଭବ କରି ଡାକ୍ତର ରାଉତଙ୍କୁ ସେ ଓକିଲ ନୋଟିସ ପଠାଇଥିବା ଜୟନ୍ତ କହିଛନ୍ତି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଡାକ୍ତର ରାଉତ ଭୁଲ ସ୍ୱୀକାର ନ କଲେ ସେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି ଜୟନ୍ତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp