ବିଧାନସଭା ଥଇଥାନ ଗୃହ କମିଟିର ବୈଠକ : ରାଜ୍ୟରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ଲୋକମାନଙ୍କର ସମସ୍ୟାର ସମାଧାନ ଓ ଥଇଥାନ ସଂପର୍କରେ ଆଲୋଚନା

ଭୁବନେଶ୍ୱର : ରାଜ୍ୟରେ ଜଳସେଚନ, ଶିଳ୍ପ ଓ ଖଣି ପ୍ରକଳ୍ପଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କର ସମସ୍ୟାର ସମାଧାନ ଓ ସେମାନଙ୍କର ଥଇଥାନ ନିମନ୍ତେ ଗଠିତ ଗୃହକମିଟିଙ୍କର ବୈଠକ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ରାଜ୍ୟରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ସ୍ଥାପନ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କର ସମସ୍ୟାର ସମାଧାନ ଓ ଥଇଥାନ ସଂପର୍କରେ ଆଲୋଚନା ହୋଇଥିଲ‌େ।

ଏହି ବୈଠକରେ ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର, ଶ୍ରୀ ସନ୍ତୋଷ ସିଂ ସାଲୁଜା, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ପର୍ଶୁରାମ ଧଡ଼ା, ଶ୍ରୀ ନାଉରୀ ନାୟକ, ବିଧାୟିକା ସୀମାରାଣୀ ନାୟକ ଅଂଶଗ୍ରହଣ କରିଥିଲେ। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ଧଳ, ଇଡ୍‌କୋର ସିଏମ୍ଡ଼ି ଶ୍ରୀ ସଂଜୟ କୁମାର ସିଂ, ଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଭୟ କୁମାର ନାୟକ ଓ ଶ୍ରୀ ବିଭୂତି ଭୂଷଣ ଦାସଙ୍କ ସମେତ ଇଡ୍‌କୋ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର