କଂଟାବାଞ୍ଜିରେ ମାସ୍କ ବ୍ୟାଙ୍କ ଶୁଭାରମ୍ଭ କଲେ ବିଧାୟକ

କଣ୍ଟାବାଞ୍ଜି : କଂଟାବାଞ୍ଜି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଏକ ମାସ୍କ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା। ଏହି ବ୍ୟାଙ୍କରେ ସମସ୍ତଙ୍କୁ ମାଗଣାରେ ମାସ୍କ ବଂଟନ କରାଯିବ। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ ବୋଲି ବିଧାୟକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ତୁରେକେଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନୁ ଭୁଏ, ସୁନୀଲ ଶର୍ମା, ସଂଜୟ ଅଗ୍ରଓ୍ବାଲ, ଶତିଶ ଖଣ୍ଡେଲଓ୍ବାଲ, ପବନ ସୋନି, ପୂର୍ବ ଉପାଧ୍ୟକ୍ଷ ଘନଶ୍ୟାମ ଗୁପ୍ତା, ପୂର୍ବ କାଉନସିଲର ପରମାନନ୍ଦ ପୁଟେଲ, ଦେବାନନ୍ଦ ବେହେରା, ସୁଶୀଲ ରାଉତ, କମଳ ଅଗ୍ରଓ୍ବାଲ, ରାଜୁ ଅଗ୍ରଓ୍ବାଲ, ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର