ନନ୍ଦନକାନନରେ କଲରାପତରିଆ ବାଘୁଣୀ ‘ବର୍ଷା’ର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନ ଜୀବଜନ୍ତୁ ମୃତ୍ୟୁ ପିଛା ଛାଡୁନାହିଁ। ଗୋଟି ଗୋଟି ହୋଇ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ସୋମବାର ପୁଣି କଲରାପତରିଆ ବାଘୁଣୀ ‘ବର୍ଷା’ର ମୃତ୍ୟୁ ଘଟିଛି। ସେ ଦୁଇ ଥର ଛୁଆ ଜନ୍ମ ଦେବା ପରେ ଖାଇଯାଇଥିଲା। ଗତ ଜୁଲାଇ ମାସ ୩୦ ତାରିଖରେ ଗର୍ଭାଶୟ ପଦାକୁ ବାହାରି ଆସିଥିବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଆଣି ଅସ୍ତ୍ରୋପଚାର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ତାକୁ ୧୪ ବର୍ଷ ହୋଇଥିଲା। ୨୦୦୬ ମସିହା ଜୁଲାଇ ୨୭ ତାରିଖରେ ୩ ମାସର ହୋଇଥିବା ବେଳେ ଚନ୍ଦକା-ଡମପଡା ଅଭୟାରଣ୍ୟର ବେଣ୍ଟୁଆ ଠାରୁ ଉଦ୍ଧାର କରି ଅଣାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ୩ ପୁରୁଷ ଓ ୨ ମାଈଙ୍କୁ ମିଶାଇ ମୋଟ ୫ଟି କଲରାପତରିଆ ବାଘ ଅଛନ୍ତି। ସମସ୍ତ ୫ଟି କଲରାପତରିଆ ବାଘଙ୍କୁ ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିବା ବେଳେ ସେମାନଙ୍କର ଆଦୌ ପ୍ରଜନନ ହୋଇନାହିଁ।

ସୂଚନାଯୋଗ୍ୟ, ବର୍ଷାକୁ ଜଣେ ତତ୍କାଳୀନ ବିଧାୟକ ରଖିଥିଲେ ଓ ବନ୍ୟ ପ୍ରାଣୀ ଆଇନ୍ ଭୟରେ ଛାଡି ଦେଇଥିବା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର