ଭୁବନେଶ୍ବର: ଜାନୁଆରି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ୧୧୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ପାର୍କରେ ଜମିଥିବା ପାଣି ସଫା କରାଯାଇଛି। ଚଳିତ ମାସ ଏପର୍ଯ୍ୟନ୍ତ ୧୦୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।
ସେ କହିଛନ୍ତି, ଅସନା ପାଣିରେ ଡେଙ୍ଗୁ ମଶା ବଂଶବିସ୍ତାର କରେ । ଘର ଚାରି ପାଖ ସଫା ରଖନ୍ତୁ। ପାଣି ଜମା କରିବାକୁ ଦିଅନ୍ତୁ ନାହିଁ। ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରନ୍ତୁ। ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ। ଜର ସହ ଗୋଡ଼ହାତ ଘୋଳାବିନ୍ଧା ହେଲେ ଟେଷ୍ଟ କରନ୍ତୁ। କେବଳ ସରକାରୀ ମେଡିକାଲରେ ଟେଷ୍ଟ କରନ୍ତୁ। ଘରୋଇ ମେଡିକାଲରେ ଟେଷ୍ଟ କରନ୍ତୁ ନାହିଁ । ଡେଙ୍ଗୁ ଟେଷ୍ଟ କରିବାର ସଠିକ ମାନ ଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ। ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ୍, ଆରଏମଆରସି , ଏମ୍ସ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ଚାଲିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dr-niranjan-mishra-h-d-youtube.jpg)