ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଦ୍ବିତୀୟ ଅଧିବେଶନରେ ‘ସବୁଜ ଖଣି-ପ୍ରାକୃତିକ ସମ୍ପଦର ଆଲୋଚନା ଉପରେ ପ୍ରଭାବ’ଶୀର୍ଷକ ଆାଲୋଚନାରେ ଜିନ୍ଦଲ ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ମୁଖ୍ୟ-ବିକେଟି କ୍ଲଷ୍ଟର ପ୍ରମୋଦ କୁମାର ପାତ୍ର କହିଲେ, ଜୈବ ବିବିଧତାକୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ନେଇ ପଦକ୍ଷେପ ଜରୁରୀ। ବିକାଶ ସହିତ କମ୍ ବିନାଶ ଆଜିର ଆହ୍ବାନ। ତେବେ ଉପଯୋଗୀ ପଦକ୍ଷେପ ଦ୍ବାରା ତାହା ସମ୍ଭବ ହୋଇପାରିବ।
ଜଙ୍ଗଲରେ ସମସ୍ତ ପ୍ରାକୃତିକ ସମ୍ପଦ ରହିଛି। ଯଦି ଆମେ ବିକାଶ ପାଇଁ ଜଙ୍ଗଲ କାଟୁଛେ ତେବେ ଏନେଇ ନୂଆ ଜଙ୍ଗଲ ସୃଷ୍ଟି କରିବା ଆମର କାର୍ଯ୍ୟ। ବାୟୁରେ ଧୂଳି କଣିକାର ପରିମାଣ କିପରି ହ୍ରାସ ପାଇବ ତାହା ଖଣି ଅଞ୍ଚଳରେ କରାଯିବା ଜରୁରୀ। ସେହିପରି ଜଳ ପ୍ରଦୂଷଣ ପାଇଁ ଖଣି ଅଞ୍ଚଳରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ମଧ୍ୟ ଆବଶ୍ୟକ। ଏହା ସହିତ ମୃତ୍ତିକା ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୃତ୍ତିକାର ବାହ୍ୟସ୍ତରକୁ ସଂରକ୍ଷଣ କରିବା ଜରୁରୀ।
ଆମେ ଯାହା କହିବା ତାହା କରାଯିବ ଆବଶ୍ୟକ। ସେହିପରି ପରିବେଶ ଆଇନକୁ ମାନିବା ଗୁରୁତ୍ବପୂର୍ଣ୍ଣ। ପରିବେଶ ଉପଯୋଗୀ ଖଣି ଏବଂ ଶିଳ୍ପକୁ ଗୁରୁତ୍ବ ପ୍ରଦାନ ଜରୁରୀ। ଖଣି ଅଞ୍ଚଳରେ କାର୍ବନ ନିର୍ଗମନ ବହୁଳ ଗାଡ଼ି ପରିବହନ ଯୋଗୁ ହୋଇଥାଏ। ଏକ୍ଷେତ୍ରରେ ବିଦ୍ୟୁତ ଚାଳିତ ଯାନ ବ୍ୟବହାର କରିବାର ଆବଶ୍ୟକତା ରହିଛି।
ବିଶ୍ବ ଗ୍ରୀନ୍ ଅର୍ଥନୀତିରୁ ରେନ୍ ବୋ ଅର୍ଥନୀତି ଆଡକୁ ଯାଉଛି। ଏହି ଅବସରରେ ପରିବେଶ ପ୍ରତି ଆମର ଆଭିମୁଖ୍ୟ ସକାରାତ୍ମକ ରହିବା ଆବଶ୍ୟକ। ଆମେ ପରିବେଶ ଉପଯୋଗୀ ପଦକ୍ଷେପ ନେବା ଜରୁରୀ। ପରିବହନ ପାଇଁ ନିର୍ଦ୍ଦିଷ୍ଟ କରିଡର ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/08/less-destruction-with-development-is-todays-challenge-pramod-kumar-patra-2025-10-08-13-37-37.jpg)