ରାଜ୍ୟରେ ୪ %ରୁ କମ୍ କରୋନା ରୋଗୀ ଚିକିତ୍ସାଧୀନ

ଦିନକରେ ୯୮୬ ପଜିଟିଭ୍, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ଆକ୍ରାନ୍ତ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଏପରିକି ୪ ପ୍ରତିଶତରୁ ମଧ୍ୟ କମ୍ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ପ୍ରତିଦିନ ଏହି ସଂଖ୍ୟା କମିବାରେ ଲାଗିଛି। ଆଜି ୧୨୮୬ କରୋନା ରୋଗୀ ସୁସ୍ଥ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦,୭୦୯କୁ ଖସି ଆସିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩.୪୯ ପ୍ରତିଶତକୁ ଖସି ଆସିଛି।

ଗୋଟିଏ ଦିନ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହେବା ପରେ ଗତ ୨୪ଘଣ୍ଟାରେ ରାଜ୍ୟରେ ପୁଣି କରୋନା ସଂକ୍ରମଣ ହଜାରେ ତଳକୁ ଖସି ଆସିଛି। ଦିନକରେ ୯୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୧୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଅନୁଗୁଳ ୬୪, ବାଲେଶ୍ବର ୪୩, ବରଗଡ଼ ୩୪, ଭଦ୍ରକ ୧୦, ବଲାଙ୍ଗୀର ୨୬, ବୌଦ୍ଧ ୮, କଟକ ୮୧, ଦେବଗଡ଼ ୫, ଢେଙ୍କାନାଳ ୨୬, ଗଜପତି ୩, ଗଞ୍ଜାମ ୧୫, ଜଗତସିଂହପୁର ୫୪, ଯାଜପୁର ୨୮, ଝାରସୁଗୁଡ଼ା ୧୯, କଳାହାଣ୍ଡି ୪୨, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୪୯, କୋରାପୁଟ ୧୪, ମାଲକାନଗିରି ୬, ମୟୂରଭଞ୍ଜ ୫୭, ନବରଙ୍ଗପୁର ୧୫, ନୟାଗଡ଼ ୧୦, ନୂଆପଡ଼ା ୩୮, ପୁରୀ ୩୨, ରାୟଗଡ଼ା ଓ ସମ୍ବଲପୁରରେ ୧୬ ଲେଖାଏଁ, ସୋନପୁର ୩, ସୁନ୍ଦରଗଡ଼ ୮୦ ଓ ଷ୍ଟେଟ୍‌ ପୁଲରୁ ୨୩ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୯୮୬କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୪ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୩, ସୁନ୍ଦରଗଡ଼, ନୂଆପଡ଼ାରୁ ୨ ଲେଖାଏଁ, ବରଗଡ଼, ବାଲେଶ୍ବର, କଟକ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୨୬୪ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୯୩ହଜାର ୭୪୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର