କ୍ୟାପିଟାଲ ଥାନାରେ ଏତଲା: ସିଲ୍‌ ହେଉ ବିଜେଡି ପାର୍ଟି ଅଫିସ

ଭୁବନେଶ୍ୱର : ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଭିନ୍ନ ସମୟରେ କୋଭିଡ୍-୧୯ର ନିୟମାବଳୀ ଭଙ୍ଗ ହୋଇଛି। ପାର୍ଟି ଅଫିସ୍‌ରେ ରକ୍ତଦାନ ଶିବିର ଆୟୋଜନ, ଗାନ୍ଧୀ ଜୟନ୍ତୀ ପାଳନ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ପାଳନ ଏବଂ ଦଳ ପକ୍ଷରୁ ରେଳ ଷ୍ଟେସନ୍ ଶୋଭାଯାତ୍ରାରେ କର୍ମୀମାନେ ଖୋଲାଖୋଲି ଭାବରେ ଏହି ନିୟମ ଉଲ୍ଲଂଘନ କରିଥିବା ଫଟୋ ଓ ଭିଡିଓ ପ୍ରମାଣ ରହିଛି। ଏଣୁ ବିଜେଡି ପାର୍ଟି ଅଫିସ୍‌କୁ ସିଲ୍‌ କରିବା ସହ ମହାମାରୀ ଆଇନ ମୁତାବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।

ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ଓ ଦେବାଶିଷ ନାୟକ ପ୍ରମୁଖ ଆଇଆଇସିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏହି ମର୍ମରେ ସେମାନେ ବିଏମ୍‌ସି କମିସନରଙ୍କୁ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର