ସାମାଜିକ ଅନୁଷ୍ଠାନଗୁଡ଼ିକ ସ୍ବର ଉତ୍ତୋଳନ କଲେ ଦୁର୍ନୀତି ନିବାରଣ ଆନ୍ଦୋଳନ ଫଳପ୍ରଦ ହୋଇପାରିବ

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ ଭାରତୀୟ ଭ୍ରଷ୍ଟାଚା‌ର ନିବାରଣ ସଂସ୍ଥାର ଭୁବନେଶ୍ବର ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ଗୀତ ଗୋବିନ୍ଦ ସଦନରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ରାଜ୍ୟ ସଭାପତି କିଶୋର ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ବିପିନ ବିହାରୀ ମିଶ୍ର ଉଦ୍‌ଘାଟନ କରି ଦୁର୍ନୀତିକୁ ପ୍ରତିହତ କରିବା ପାଇଁ ସାମାଜିକ ଅନୁଷ୍ଠାନଗୁଡ଼ିକ ସ୍ବର ଉତ୍ତୋଳନ କଲେ ଦୁର୍ନୀତି ନିବାରଣ ଆନ୍ଦୋଳନ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ‘ବେସରକାରୀ ଅନୁଷ୍ଠାନରେ ଦୁର୍ନୀତି’ ଶୀର୍ଷକ ଜାତୀୟ ସମ୍ପାନରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ ଦେଶରେ ଦୁର୍ନୀତିକୁ ଲଗାମ ଦେବାରେ ସାମାଜିକ ଅନୁଷ୍ଠାନମାନଙ୍କର ଦାୟିତ୍ବ ତଥା ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର, ରାଜ୍ୟ ସୂଚନା ଅଭିଯାନର ସଂଯୋଜକ ପ୍ରଦୀପ ପ୍ରଧାନ, ସଂସ୍ଥାର ସର୍ବଭାରତୀୟ ଉପସଭାପତି ଡ. ସୁକାନ୍ତି ମିଶ୍ର, ରାଜ୍ୟ ସମ୍ପାଦକ ଲାୟନ୍‌ ବିପିନ ବିହାରୀ ନାୟକ ପ୍ରମୁଖ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ସଂସ୍ଥାର ଭୁବନେଶ୍ବର ଶାଖାର ସଭାପତି ଦ୍ବାରିକାନାଥ ଶତପଥୀ, ସମ୍ପାଦକ ବିଶ୍ବଜିତ କାନୁନ୍‌ଗୋ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥ ରାଉତରାୟ, ଶୁଭେନ୍ଦୁ ରାଉତରାୟ, ସୁବାସଚନ୍ଦ୍ର ରଥ, ଲିଙ୍ଗରାଜ ସାହୁ, ବାଳକୃଷ୍ଣ ରାଉତ, ସମରଜିତ ପାଢ଼ୀ, ସମ୍ବିତ ମହାପାତ୍ର, ସ୍ମାରକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାମାଜିକ କର୍ମୀ ପ୍ରତାପ ମହାନ୍ତି, ମନୋରଂଜନ ଜେନା, ଜିତେନ୍ଦ୍ର ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର