ସୋର: ପରିବେଶ ପ୍ରଦୂଷଣର କୁପରିଣାମ ଆମେ ସମସ୍ତେ ଅନୁଭବ କରୁଛୁ। ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ଏହାକୁ ମନରେ ରଖି ଜନ୍ମଦିନ ପାଳନ ବେଳେ କେକ୍ କାଟିବା ପରିବର୍ତ୍ତେ ଗଛ ଲଗାଇବା ଧାରା ବି ଆରମ୍ଭ ହେଉ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୋର ବିଧାୟକ ମାଧବ ଧଡ଼ା କହିଛନ୍ତି।
ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅଧୀନ ସୋର ରୟାଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରାକ୍ତନ ପ୍ରାଧ୍ୟାପକ ପଦ୍ମଲୋଚନ ଦ୍ବିବେଦୀ କହିଲେ, ପୁରାଣରେ ପରିବେଶ ସମ୍ପର୍କରେ ଉଲ୍ଲେଖ ରହିଛି। ଅମ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପରି ପଞ୍ଚଭୂତରେ ଗଠିତ। ତେଣୁ ଜୀବନ ପାଇଁ ପ୍ରକୃତିର ସୁରକ୍ଷା ଏକାନ୍ତ ଆବଶ୍ୟକ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋର ଭାରପ୍ରାପ୍ତ ପୌରାଧ୍ୟକ୍ଷ ସସ୍ମିତା ଦାସ କହିଥିଲେ, ସଚେତନତା ଦ୍ବାରା ପରିବେଶ ସୁରକ୍ଷା ହୋଇପାରିବ। କ୍ଷୟ ଶକ୍ତିର ବ୍ୟବହାର କମାଇ ଅକ୍ଷୟ ଶକ୍ତିକୁ ବ୍ୟବହାର କରିବା ବର୍ତ୍ତମାନ ସମୟର ଆହ୍ବାନ। ଅନ୍ୟତମ ସମ୍ମାନିତ ଅତିଥି ସ୍ପିଡ୍ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ କହିଲେ, ପରିବେଶ ବିଗିଡ଼ିବା କାରଣରୁ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଲାଣି। ଏହା ଜୀବଜଗତ ପାଇଁ ଶୁଭଙ୍କର ନୁହେଁ। କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ ଓ ପରିବେଶବିତ୍ ଉପସ୍ଥିତ ଥିଲେ। ସୋର ନାଗରିକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୋର ‘ସମ୍ବାଦ’ ପ୍ରତିନିଧି ଅଭୟ କୁମାର ପତ୍ରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲେଶ୍ବର ସହର ପ୍ରତିନିଧି ମଳୟ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ। ନୀଳଗିରି ‘ସମ୍ବାଦ’ ସ୍ବତନ୍ତ୍ର ପ୍ରତିନିଧି ଦିଲ୍ଲୀପ ସ୍ବାଇଁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଜନ୍ମଦିନରେ ଗଛ ଲଗାଇବା ଧାରା ଆରମ୍ଭ ହେଉ: ମାଧବ
ପରିବେଶ ପ୍ରଦୂଷଣର କୁପରିଣାମ ଆମେ ସମସ୍ତେ ଅନୁଭବ କରୁଛୁ। ତେବେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ଏହାକୁ ମନରେ ରଖି ଜନ୍ମଦିନ ପାଳନ ବେଳେ କେକ୍ କାଟିବା ପରିବର୍ତ୍ତେ ଗଛ ଲଗାଇବା ଧାରା...
/sambad/media/media_files/2025/08/27/untitled-10-2025-08-27-07-24-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)