ଭୁବନେଶ୍ବର: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ସମାରୋହ ଉଦ୍‌ଘାଟିତ ହୋଇଛି। ଶିଶୁ ଦିବସ ଅବସରରେ ଆୟୋଜିତ ଏହି ସମାରୋହ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ଶ୍ରୀ ଗଣ୍ଡ କହିଥିଲେ ପାଠପଢା ସହ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ମଞ୍ଚ ସୃଷ୍ଟି ହୋଇଛି। ସୁରଭି ମାଧ୍ୟମରେ ପିଲାଙ୍କ ଭିତରେ ଲୁକ୍କାୟିତ କଳାକୁ ପ୍ରଦର୍ଶନ କରିବାର ଏକ ପ୍ରୟାସ କରିଛି ଏହି ମଞ୍ଚ। କ୍ଲଷ୍ଟର ସ୍ତରରୁ ରାଜ୍ୟସ୍ତରରେ ପହଞ୍ଚି ଅନେକ ଛାତ୍ରଛାତ୍ରୀ ନିଜ କଳା କୌଶଳ ଓ ପ୍ରତିଭା ପାଇଁ ପ୍ରଦର୍ଶନ କରିପାରିଛନ୍ତି। ଗୋଟିଏ ଜାଗାରେ ଏକାଠି ହେଉଥିବାରୁ କଠିନ ପରିଶ୍ରମ ପାଇଁ ପିଲାମାନଙ୍କୁ ମଧ୍ୟ ବେଶ୍ ପ୍ରେରଣା ମିଳୁଛି। କେବଳ ପାଠ ନୁହେ। ସର୍ବାଙ୍ଗୀନ ବିକାଶ ପାଇଁ ଚିନ୍ତା କରିବା ଆବଶ୍ୟକତା ରହିଛି। ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ହୁଏ। ତେଣୁ ଶିକ୍ଷାର ବିକାଶ ନିତାନ୍ତ ଆବଶ୍ୟକ। ଆଗାମୀ ଦିନରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ ଯେଉଁଠି ଗୁଣାତ୍ମକ ଶିକ୍ଷା ଲକ୍ଷ୍ୟ ନେଇ କରାଯିବ ବୋଲି ମଧ୍ୟ ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।

କ୍ଲଷ୍ଟର ସ୍ତରରୁ ରାଜ୍ୟସ୍ତରରେ ପହଞ୍ଚି ଅନେକ ଛାତ୍ରଛାତ୍ରୀ ନିଜ କଳା କୌଶଳ ଓ ପ୍ରତିଭା ପାଇଁ ପ୍ରଦର୍ଶନ କରିପାରିଛନ୍ତି। ଗୋଟିଏ ଜାଗାରେ ଏକାଠି ହେଉଥିବାରୁ କଠିନ ପରିଶ୍ରମ ପାଇଁ ପିଲାମାନଙ୍କୁ ମଧ୍ୟ ବେଶ୍ ପ୍ରେରଣା ମିଳୁଛି। କେବଳ ପାଠ ନୁହେ। ସର୍ବାଙ୍ଗୀନ ବିକାଶ ପାଇଁ ଚିନ୍ତା କରିବା ଆବଶ୍ୟକତା ରହିଛି।

-ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ମନ୍ତ୍ରୀ

 

ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାଶ, ଏସ୍‌ସିଇଆରଟି ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାର ଲୋକ କଳା ଓ ଲୋକ ନୃତ୍ୟ ଥିମ୍‌ରେ  ସୁରଭି ଆରମ୍ଭ ହୋଇଥିବା ବେଳେ ଏଥିରେ ସମଗ୍ର ରାଜ୍ୟରୁ ୨ ହଜାରରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।