ଭୁବନେଶ୍ବର : ଓଡ଼ିଶା ଶିକ୍ଷା ସେବା କ୍ୟାଡରର ଅଫିସର ତଥା ଅଧ୍ୟାପକଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିସ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ଅଣପ୍ରଶାସନିକ ସେବା ତାଲିକାରେ ଓଡ଼ିଶା ଶିକ୍ଷା ସେବା କ୍ୟାଡରକୁ ସାମିଲ କରାଯାଇ ନାହିଁ। ଯେଉଁଥିପାଇଁ ଗ୍ରୁପ-ଏ ବର୍ଗର ଅଫିସରମାନେ ଓଡ଼ିଶା କ୍ୟାଡରର ଆଇଏଏସ୍ ପଦବିରେ ଚୟନରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶା ଶିକ୍ଷା ସେବା(ଓଇଏସ) କ୍ୟାଡରରେ ଅଧ୍ୟାପକମାନେ ଗ୍ରୁପ୍-ବି ଅଫିସର ଭାବେ ଚାକିରି ଆରମ୍ଭ କରି ୮ବର୍ଷ ପରେ ଗ୍ରୁପ-ଏ ବର୍ଗକୁ ପଦୋନ୍ନତି ପାଇଥାନ୍ତି। ସେମାନଙ୍କ ଦରମା ହାର ୯୩୦୦-୩୪୮୦୦(ଗ୍ରେଡ୍ ପେ-୫୪୦୦ଟଙ୍କା) ରହିଥାଏ, ଯାହାକି ଓଏଏସ୍ କ୍ୟାଡରରେ ଡେପୁଟି କଲେକ୍ଟର ପାହ୍ୟା ସହ ସମାନ। ତେଣୁ ଅଣପ୍ରଶାସନିକ ସେବା ଗ୍ରୁପ୍-ଏ ବର୍ଗରେ ଅଧ୍ୟାପକଙ୍କୁ ସାମିଲ କରି ଓଡ଼ିଶା କ୍ୟାଡରର ଆଇଏଏସ୍ ପଦ ପାଇଁ ମନୋନୟନ ବେଳେ ଏମାନଙ୍କ ନାମ ସୁପାରିସ କରିବାକୁ ଚିଠିରେ ଉଲ୍ଲେଖ ହୋଇଛି।
ସାଧାରଣ ପ୍ରଶାସନ ବିଭାଗକୁ ଉଚ୍ଚଶିକ୍ଷା ବିଭାଗର ଚିଠି, ଅଧ୍ୟାପକଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ମିଳୁ
/sambad/media/post_attachments/wp-content/uploads/2020/08/higher-education-department.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)