ବରଗଡ଼ରେ କ୍ୟାନସର ହସ୍ଟିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ବର : ବରଗଡ଼ରେ କର୍କଟ ରୋଗ ଚିକିତ୍ସା ପାଇଁ ସ୍ବତନ୍ତ୍ର କ୍ୟାନସର ହସ୍ସିଟାଲ କରିବାକୁ ବରଗଡ଼ର ୟୁନାଇଟେଡ୍ ଫୋରମ ଫର କ୍ୟାନସ ହସ୍ପିଟାଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ସ୍ଥାନୀୟ ପ୍ରତିନିଧିମଣ୍ଡଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛି । ପଶ୍ଚିମଓଡ଼ିଶାରେ ପ୍ରତିବର୍ଷ ୫୦୦ରୁ ୭୦୦ଜଣ ବ୍ୟକ୍ତି କର୍କଟ ରୋଗର ଶିକାର ହେଉଛନ୍ତି । ଭୁବନେଶ୍ବର ଓ କଟକରେ ଯେପରି କର୍କଟ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ସୁବିଧା ରହିଛି ସେପରି ସୁବିଧା ବରଗଡ଼ରେ ନାହିଁ ବୋଲି ଦାବି ପତ୍ର ଉଲ୍ଲେଖ ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ବରଗଡ଼ରେ ସ୍ବତନ୍ତ୍ର ଭାବେ ସରକାରୀ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା।

ସମ୍ବନ୍ଧିତ ଖବର