ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ନିର୍ବାଚନ କମିସନଙ୍କୁ ଚିଠି

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଓମିକ୍ରନ ଆକ୍ରାନ୍ତଙ୍କ ସହ ବଢ଼ୁଥିବାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ପିସିସି ପ୍ରବକ୍ତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ରାଜ୍ୟ ନିର୍ବାଚନ କମିସନଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ମିଶ୍ର ଲେଖିଛନ୍ତି ଯେ, ପୂର୍ବରୁ କରୋନା ସଂକ୍ରମଣ ବଢ଼ୁଥିବାବେଳେ ନିର୍ବାଚନ ହେବାରୁ ପିପିଲିର ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କୋଭିଡ‌‌ ସଂକ୍ରମଣ ହେବା ପରେ ମୃତ୍ୟୁ ହୋଇଥିଲା। ସାମ୍ବିଧାନିକ ବାଧ୍ୟବାଧକତାରେ ନିର୍ବାଚନ ହେଉଥାଇପାରେ, ହେଲେ ସମ୍ବିଧାନରେ ଉଲ୍ଲେଖ ଅଛି ଯେ, ଜଣେ ବ୍ୟକ୍ତିର ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାକୁ ସୁରକ୍ଷିତ ରଖିବା ତା’ର ମୌଳିକ ଅଧିକାର। କୌଣସି ଆଇନରେ ଉଲ୍ଲେଖ ନାହିଁ ଯେ, ଲୋକଙ୍କ ମୌଳିକ ଅଧିକାରରୁ ତାଙ୍କୁ ବଞ୍ଚିତ କରିବା। ନିର୍ବାଚନ ହେଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ଥିବାରୁ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର