ଭୁବନେଶ୍ୱର: ସାମ୍ୱାଦିକତା ହେଉଛି କଷ୍ଟସାଧ୍ୟ ଓ ଆହ୍ୱାନପୂର୍ଣ୍ଣ ବୃତ୍ତି। ଏଥିରେ ସଫଳ ହେବାକୁ ହେଲେ ସାଧୁତା, କଠିନ ପରିଶ୍ରମ ସହିତ ଦୃଢ଼ ମନୋବଳ ରହିବା ଆବଶ୍ୟକ। ସମ୍ୱାଦ ସ୍କୁଲ ଅଫ୍ ମିଡିଆ ଆଣ୍ଡ କଲଚର(ସୋମାକ୍) ପକ୍ଷରୁ ଆୟୋଜିତ ନବାଗତ ଛାତ୍ରଛାତ୍ରୀ ସମ୍ୱର୍ଦ୍ଧନା ଉତ୍ସବ ‘ଅନ୍ୱେଷଣ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ‘ସମ୍ୱାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତଥା ଅନୁଷ୍ଠାନର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ। ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ସହିତ ମୂଲ୍ୟବୋଧ ଭିତ୍ତିକ ସାମ୍ୱାଦିକତା କରିବାକୁ ଉପଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ‘ସମ୍ୱାଦ’, ‘କନକ ନ୍ୟୁଜ୍’, ‘ରେଡିଓ ଚକଲେଟ୍’ ଆଦିରେ ଯାଇ କାମ ଶିଖିବା ପାଇଁ ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇ ଶିକ୍ଷକ କେବଳ ଶିଖାଏ ନାହିଁ ବରଂ ଶିଖିବାର ବାସନା ମଧ୍ୟ ରଖିଥାଏ ବୋଲି କହିଥିଲେ। ‘ସୋମାକ୍’ ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅଧ୍ୟାୟ। ସାମ୍ୱାଦିକତା ହେଉଛି ଏକ ସ୍ୱତନ୍ତ୍ର ଯାତ୍ରା, ଏହା ସମାଜ ସହ ସମ୍ପର୍କ ସ୍ଥାପନ କରେ ବୋଲି ସେ କହିଥିଲେ।
ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଧ୍ରୁତିକାମ ମହାନ୍ତି ଯୋଗଦେଇ ପାଠ୍ୟକ୍ରମ ବ୍ୟତୀତ ଅଧିକ ଜ୍ଞାନ ଆହରଣ କରିବାକୁ ପଡ଼ିବ ବୋଲି କହିଥିଲେ। ଡିଜିଟାଲ ସାମ୍ୱାଦିକତାକୁ ଗୁରୁତ୍ୱ ଦେଇ ଏଆଇ ମାଧ୍ୟମରେ ଆମେ କିଭଳି ଭଲ ଓ ଠିକ୍ ତଥ୍ୟ ଉପସ୍ଥାପନା କରିପାରିବା ସେଥିପାଇଁ ଗୁରୁତ୍ୱ ଦେବା ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ଣ୍ଣସିପ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପିକା ଅମ୍ରିତା କୁଣ୍ଡୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଦିତି ମହାନ୍ତି, ହରିହର ପଣ୍ଡା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ‘ସମ୍ବାଦ’ ବ୍ୟୁରୋ ଚିଫ୍ ଚୌଧୁରୀ ଅମିତାଭ ଦାସ, ‘ସମ୍ବାଦ’ ଇଂରାଜୀର ମୁଖ୍ୟ ଅୟସକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/adadazxzxzx-2025-10-26-02-31-16.jpg)