ଆଳ ଦେଖାଇ ଚିକିତ୍ସା ନକଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଆସନ୍ତା ୨୩ ତାରିଖରେ କୋରାପୁଟ ଓ ବଲାଙ୍ଗୀରରେ କୋଭିଡ ପରୀକ୍ଷା: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ଚେତାବନୀ ଦେଇଛନ୍ତି । ବିଭିନ୍ନ ଆଳ ଦେଖାଇ .ରୋଗୀଙ୍କୁ ଚିକିତ୍ସା ନ କଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହା କହିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, .ସେମାନଙ୍କ ନିକଟକୁ ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳ ଦେଖାଇ ଚିକିତ୍ସା ନ କରି ଅନ୍ୟତ୍ର ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଆବଶ୍ୟକସ୍ଥଳେ ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଏବେ ଦୈନିକ ୪୭୦୦ ନମୁନା ପରୀକ୍ଷା ହୋଇପାରୁଛି । ୨୦ ତାରିଖ ବେଳକୁ ଏହା ୫୦୦୦ ଅତିକ୍ରମ କରିବ । ପ୍ରଥମେ ଆରଏମଆରସିରେ କେବଳ ପରୀକ୍ଷା ହେଉଥିଲା । ଏବେ ୮ଟି ସ୍ଥାନରେ ପରୀକ୍ଷା ହେଉଛି । ଶ୍ରୀ ମହାପାତ୍ର କହିଛନ୍ତି ଆସନ୍ତା ୨୩ ତାରିଖରୁ କୋରାପୁଟ ଓ ବଲାଙ୍ଗୀର ମେଡିକାଲ୍ କଲେଜ ହସ୍ପିଟାଲରେ  କୋଭିଡ ନମୁନା ପରୀକ୍ଷା ହେବ । ସେହିପରି ୩୧ ତାରିଖ ସୁଦ୍ଧା ବାଲେଶ୍ୱର ଓ ବାରିପଦା ମେଡିକାଲ୍ କଲେଜ ହସ୍ପିଟାଲରେ ନମୁନା ପରୀକ୍ଷା ହୋଇପାରିବ । ଭୁବନେଶ୍ବର  ଅରଗୁଳ ଠାରେ ଥିବା ପଶୁ ରୋଗ ଗବେଷଣା ପରୀକ୍ଷାଗାରରେ ମଧ୍ୟ ନମୁନା ପରୀକ୍ଷା ହେବ ।

କରୋନା ସମୟରେ ଆମେ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । କୋଭିଡ ସମୟରେ ବଙ୍ଗୋପସାଗରରେ ବାତ୍ୟା ଅମ୍ଫାନ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତ ହୋଇଛନ୍ତି । ପ୍ରସ୍ତୁତି ନେଇ ଏସଆରସି ଏସଂପର୍କରେ ସୂଚନା ଦେଉଛନ୍ତି । ବାତ୍ୟାର ସଂପର୍କରେ ଯାହା ଅନୁମାନ କରାଯାଉଛି, ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରଭାବ ପଡ଼ିବ । ଗଂଜାମ, ଖୋର୍ଦ୍ଧା, ପୁରୀ, ଜିଲ୍ଲାରେ ବର୍ଷା ହେବ ।

ସମ୍ବନ୍ଧିତ ଖବର