ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ବର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହୋଇଥିବା ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଆସିଛି । ଏହି ରିପୋର୍ଟ ଉପରେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି ଟିମ ।

ରିପୋର୍ଟ ଆସିବା ପରେ ତର୍ଜମା କରାଯାଉଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ରିପୋର୍ଟ ଆଧାରରେ ଖୁବଶୀଘ୍ର ତଦନ୍ତ ଆଗକୁ ବଢିବ ବୋଲି ସେ କହିଛନ୍ତି । ତେବେ ରିପୋର୍ଟରେ କ’ଣ ରହିଛି ଏଯାଏଁ ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ତର୍ଜମା ପରେ ଏନେଇ ସ୍ପଷ୍ଟ କରାଯାଇପାରେ ।

ସମ୍ବନ୍ଧିତ ଖବର