ଭୁବନେଶ୍ବର : ରାଜ୍ୟରେ ପେନ୍ସନ୍ ହିତାଧିକାରୀଙ୍କ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମାକୁ ପୁନର୍ବାର ବୃଦ୍ଧି କରାଯାଇଛି। ପୂର୍ବରୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲର ସମୟସୀମାକୁ ୨୦୨୦ ନଭେମ୍ବରରୁ ୨୦୨୧ ମେ' ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ କରୋନା ଦ୍ବିତୀୟ ଲହରକୁ ଆଖି ଆଗରେ ରଖି ସମୟସୀମାକୁ ଜୁନ୍ରୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ପେନ୍ସନ୍ ହିତାଧିକାରୀ 'ପେନ୍ସନ୍ ଡିସ୍ବର୍ସିଂ ଅଥରିଟି' (ଟ୍ରେଜେରି/ବ୍ୟାଙ୍କ)ଙ୍କ ନିକଟରେ ସାର୍ଟିଫିକେଟ୍ ଦାଖଲ କରି ନାହାନ୍ତି, ସେମାନେ ଅଗଷ୍ଟ ସୁଦ୍ଧା ଦାଖଲ କରିପାରିବେ। ଆଜି ଅର୍ଥ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ବଢ଼ିଲା
/sambad/media/post_attachments/wp-content/uploads/2019/05/pension.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)