ଭୁବନେଶ୍ବର: ପତ୍ନୀ ହତ୍ୟା ଅଭିଯୋଗରେ ଗୁଣୁପୁରର ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ୱତନ୍ତ୍ର ଏଡିଜେ -୩ ଏମ ଏଲ ଏ ଏମପି କୋର୍ଟ।

Advertisment

ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ଆଦେଶ ସହ ୫୦ ହଜାର ଜରିମାନା ଏବଂ ଅନାଦେୟ ହେଲେ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହାଛଡ଼ା ଦଫା ୨୦୧ ପ୍ରମାଣ ନଷ୍ଟ ପାଇଁ ୧୦ ହଜାର ଟଙ୍କା ଜରିମାନା ଅନାଦେୟ କ୍ଷେତ୍ରରେ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ଦଣ୍ଡ ବିଧାନର ଶୁଣାଣି ହୋଇଥିଲା। ହତ୍ୟାକାଣ୍ଡର ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୂର୍ବରୁ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଭୁବନେଶ୍ୱର ଏମ ଏଲ ଏ କଲୋନିରେ ଥିବା ସରକାରୀ ବାସଭଵନରେ ସକାଳ ୯ଟାରେ ହୋଇଥିଲା ଏହି ନିର୍ମମ ହତ୍ୟାକାଣ୍ଡ। ୧୬ରୁ ୧୭ ସପ୍ତାହର ଗର୍ଭବତୀ ଥିବା  ଶଶିରେଖାଙ୍କୁ ବାଥରୁମରେ ହତ୍ୟା କରିଥିଲେ ପତ୍ନୀ ହନ୍ତା ରାମ ମୂର୍ତ୍ତି ଗମାଙ୍ଗ। ଗର୍ଭବତୀ ପତ୍ନୀ ଶଶିରେଖା ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ସହ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ ବିଧାୟକ।