ଫୁଲବାଣୀ : ଶନିବାର ଦିନ ଫୁଲବାଣୀ ଫାଷ୍ଟ୍ଟ୍ରାକ୍ ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୨ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅତିରିକ୍ତ ୨ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ କୋର୍ଟ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି। ବିଚାରପତି ଭାସ୍କର ଚନ୍ଦ୍ର ସାହୁ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ସାଇଣ୍ଟିଫିକ୍ ତଥ୍ୟକୁ ଆଧାର କରି ଦୋଷୀ ସାବ୍ୟସ୍ତ ଗଗନ ପ୍ରଧାନ(୩୦)କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ମୃତ ନାବାଳିକାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖ ଦିନ କୋଟଗଡ଼ ଥାନା ଅଞ୍ଚଳର ତୃତୀୟ ଶ୍ରେଣୀରେ ପଢୁଥିବା ନାବାଳିକା ଘରକୁ ଫେରୁଥିବା ବେଳେ ତଳସାହି ଗ୍ରାମର ଗଗନ ଜବରଦସ୍ତ ଏକ ଜାଜୁ ବଗିଚାକୁ ଟେକିନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ସେଠାରେ ତଣ୍ଟିଚିପି ମାରି ଦେଇଥିଲା। ଏ ନେଇ କୋଟଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଆଜୀବନ ଜେଲ୍
/sambad/media/post_attachments/wp-content/uploads/2022/05/jail3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)