ନୟାଗଡ଼ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏକ ଯୌତୁକଜନିତ ବଧୂହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ, ଜରିମାନା କରାଯାଇଛି। ଜିଲ୍ଲା ଜଜ୍ ଆନନ୍ଦ ନାରାୟଣ ମହାରଣା ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୨୧ ମେ ମାସରେ ଝୁମୁରୀ ସାହୁ ହତ୍ୟାର ଶିକାର ହୋଇଥିଲେ। ବୈଦିକ ରୀତିରେ ଝୁମୁରୀ ଓ ଖଣ୍ଡପଡ଼ା ଶିଖରପୁରର ସୁଶାନ୍ତ ସାହୁଙ୍କ ମଧ୍ୟରେ ବିବାହ ହୋଇଥିଲା। ଅନେକ ସୟମରେ ସୁଶାନ୍ତ ଓ ତାଙ୍କ ପରିବାର ଯୌତୁକ ପାଇଁ ଝୁମୁରୀଙ୍କୁ ନିର୍ଯାତନା ଦେଉଥିଲେ। ଘଟଣାଦିନ ଅତ୍ୟଧିକ ମାଡ଼ କାରଣରୁ ଝୁମୁରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଝୁମୁରୀଙ୍କ ବାପା ଓଡ଼ଗାଁର ଯୋଗେନ୍ଦ୍ର ସାହୁ ଖଣ୍ଡପଡ଼ା ପୁଲିସର ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/jail.jpg)