ହତ୍ୟାକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ

ଭଦ୍ରକ: ଜଣେ ହତ୍ୟାକାରୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ମିଳିଛି। ୨୦୧୭ ମସିହା ମାର୍ଚ୍ଚ ମାସ ୧୯ ତାରଖରେ ନାୟକାଣୀଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ସତ୍ୟସୁନ୍ଦର କୁଅଁର ନାମକ ଜଣେ ବ୍ୟକ୍ତି ଘରେ ଖାଉଥିବା ବେଳେ ସେହି ଗ୍ରାମର ବନମାଳୀ କୁଅଁରଙ୍କ ପୁତ୍ର ମହେନ୍ଦ୍ର କୁଅଁର( ୩୩)ଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ।

ଏହି ମାମଲାର ବିଚାର କରି ତାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୩ ମାସ ସଶ୍ରମ କାରଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ।

୨୦୧୭ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ନାୟକାଣୀଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ସତ୍ୟସୁନ୍ଦର କୁଅଁର ନିଜ ଘରେ ବସି ପଖାଳ ଖାଉଥିବାବେଳେ ପଡୋଶୀ ବନମାଳୀ କୁଅଁରଙ୍କ ପୁତ୍ର ମହେନ୍ଦ୍ର କୁଅଁର( ୩୩) ସେଠାରେ ପହଞ୍ଚି ବାରମ୍ବାର ଛୁରୀରେ ଆଘାତ ଡରି ତାଙ୍କୁ ହତ୍ୟା କରିଥିଲେ। ସତ୍ୟର ମାମୁଁ ହରେକୃଷ୍ଣ ଦତ୍ତ ସ୍ଥାନୀୟ ନୟାକାଣୀଡ଼ିହି ଥାନାରେ ଏ ସମ୍ପର୍କରେ ଲିଖିତ ଏତେଲା ଦେବା ପରେ ଥାନା କେସ ନଂ -୪୫/୨୦୧୭ ହୋଇ ଥିଲା. ସେହି ଦିନ ଅଭିଯୁକ୍ତ ହରେକୃଷ୍ଣ କୁଅଁରକୁ ପୁଲସ ୩୦୨ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା. ବିଚରାଧୀନ ବନ୍ଦୀ ଭାବରେ ଅଭିଯୁକ୍ତ ଜେଲରେ ଅଟକ ଥିଲା। ୨୦ ଜଣ ସାକ୍ଷୀଙ୍କର ବୟାନ ରେକଡିଂ କରିବା ପରେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ ଆଜି ହତ୍ୟାକାରୀ ମହେନ୍ଦ୍ର କୁଅଁର (୩୩)ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା, ଅନାଦେୟ ପୁଣି ୩ ମାସ ସଶ୍ରମ କାରଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇ ଛନ୍ତି। ଅଭିଯୋଗକାରୀଙ୍କ ପାଇଁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ସାମଲ, ଅରୁଣ କୁମାର ମିଶ୍ର ଓ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର