ଦୁର୍ଘଟଣାରେ ଜୀବନ ବୀମା ଶାଖା ପରିଚାଳକଙ୍କ ମୃତ୍ୟୁ

ଦେଓଗାଁ : ଘଷିପୁରା ବ୍ଲକ୍ ଅନ୍ତର୍ଗତ କୋଳିମାଟି ଦରଖୋଳା କୋଡ଼ିଏ ନମ୍ୱର ଜାତୀୟ ରାଜପଥ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମର ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ମଲ୍ଲିକ (୫୨) ଙ୍କର ମୃତ୍ୟୁ ଘଟିଛି। ଘଷିପୁରା ପୁଲିସ ପହଞ୍ଚି ବ୍ୟବଚ୍ଛେଦ ପରେ ତଦନ୍ତ ଜାରି ରଖିଛି। ଶ୍ରୀ ମଲ୍ଲିକ ଶଇଲଙ୍ଗ ସ୍ଥିତ ଜୀବନ ବୀମା ଶାଖାର ବୈଠକକୁ ଯୋଗ ଦେବାକୁ ନିଜ ହୋଣ୍ଡା କାର(ବିଆର ୦୨ଏ ପି-୫୮୫୨) ନିଜେ ଚଳାଇ ଆସୁଥିବାବେଳେ କୋଳିମାଟି ନିକଟରେ ଧକ୍କା ଦେଇଥିଲେ। ଦୁର୍ଘଟଣା ସେ ଛିଟିକି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର