ଇଏ ବି ତ ଜଣେ ନାରୀ: ବଞ୍ଚିବା ପାଇଁ ହାତରେ ହାମର ଧରିଲେ ରାହେଲ

କୋରାପୁଟ:‘ହାମ୍‌ ଭି କିଶି ସେ କମ୍‌ ନେହିଁ’। ସବୁ କ୍ଷେତ୍ରରେ ଆଜି ଏକ ଉକ୍ତିକୁ ପ୍ରମାଣିତ କରିଛନ୍ତି ପଛୁଆ ଅଞ୍ଚଳର ରାହେଲ ଖରା। କିଏ ସମାଜର ଋଢିବାଦୀ ମାନସିକତା ସହ ଲଢି ଲଢି ନିଜପାଇଁ ଜାଗା ଟିଏ ତିଆରି କରିପାରିଛନ୍ତି, ତ ଆଉ କିଏ ପୁଣି ପରିବାର ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି।

କିନ୍ତୁ କୋରାପୁଟ ବ୍ଲକ ମସ୍ତିପୁଟର ୩୦ ବର୍ଷିଆ ମହିଳା ଯୁବା ବୟସରେ ସ୍ବାମୀଙ୍କୁ ହରାଇ ଜୀବନ ସହ ସଂଘର୍ଷ କରି ପୁଅଝିଅକୁ ମଣିଷ କରିଛନ୍ତି। ସ୍ବାମୀ ଚାଲିଗଲା ପରେ ବି ‌ଶାଶୁଶଶ୍ବୁରଙ୍କୁ ସେବା ସହ ଦୁଇ ଓଳିର ଦାନା‌ ଯୋଗାଡିଛନ୍ତି ରାହେଲ। ଆଜିକୁ ୪ବର୍ଷ ହେଲା ପ୍ରତିଦିନ ସକାଳୁ ଶାଶୁଶଶ୍ବୁରଙ୍କ କଥା ବୁଝି ନିଜ ପାଇଁ ରୋଷ‌େଇ କରିପଳାଇ ଆସନ୍ତି ସହରକୁ। ଖରା ହେଉ ଅବା ବର୍ଷା ଯେଉଁ କାମ ସାଧାରଣତଃ ପୁରୁଷମ‌ାନେ କରିଥାନ୍ତି ସେ କାମ ସେ ଆପଣେଇ ନେଇଛନ୍ତି। ବ୍ଲକ କଲୋନୀ ନିକଟ ପୌରପାଳିକା ଭେଣ୍ଡିଂ ଜୋନରେ ୫ କେଜିଆ ହାମରରେ ବିଶାଳ ଲୁହାର ଏଙ୍ଗେଲର ଛାତିକୁ ଫଟାଇ ଦେଉଛନ୍ତି।

ତାଙ୍କ ଶକ୍ତିରେ କେତେ ବଡ ବଡ ଏଙ୍ଗେଲ ନିଜ ରୁପ ପରିବର୍ତ୍ତନ ପାଇ ଅନ୍ୟ ରୁପ ପାଇଛନ୍ତି। ତେବେ ୪ ବର୍ଷ ତଳେ ହସ ଖୁସିରେ ଚାଲିଥିଲ‌ା  ରାହେଲଙ୍କ ପରିବାର। ବୁଢା ଶାଶୁଶଶ୍ବୁର, କିଶୋରକିଶୋରୀ ଭାବେ କାଳ କାଟୁଥିବା ଦୁଇ ପୁଅ ଝିଅ ସହ ୬ ପ୍ରାଣୀକୁ ନେଇ ଖୁସିରେ ରହିଥିଲେ ରାହେଲ ଖରା। ଦୁଃଖ କ’ଣ ଜାଣି ନ ଥିଲେ। ସବୁକୁ ମୁଣ୍ଡପାତ ନିଜ ଆଡକୁ ଟାଣି ନେଉଥିଲେ ସ୍ବାମୀ ରଘୁ । ହେଲେ ହଠାତ ସ୍ବାମୀଙ୍କ ଦେହାନ୍ତ ପରିବାରକୁ ସ୍ବର୍ବସ୍ବାନ୍ତ କରିଦେଲା।

ଭଲ ପରିବାରକୁ  ସମୟ ଏପରି କରିଦେଲା ଯେ ବୁଢା ଶାଶୁଶଶ୍ବୁର ସହ ବଢୁଥିବା ପୁଅଝିଅଙ୍କ ପାଇଁ ଦୁଇଓଳିର ଖାଇବା ଯୋଗାଡ ହୋଇପାରିଲାନି। ତେଣୁ ମସ୍ତିପୁଟର ଘରୁ ଗୋଡ କାଢି କୋରାପୁଟ ସହରକୁ ଆସିଥିଲେ ରାହେଲ। ମୂଲ ଲାଗିଲେ ଭଲ ପଇସା ନ ମିଳିବାରୁ ସେ ୱ‌େଲ୍ଡିଂ ସପରେ ଲୁହା ସହ ଜୀବନକୁ ଶକ୍ତ କରି ଚାଲିଛନ୍ତି। ପ୍ରତିଦିନ ସକାଳୁ ସେ ଅଟୋରେ କୋରାପୁଟ ଆସନ୍ତି। କାମ କରିସାରିବା ପରେ ସେ ପୁଣି ଘରକୁ ଫେରିଯାଆନ୍ତି। ଘରୁ ଯେଉଁଦିନ ଖାଇବା ଆଣନ୍ତି ସେଦିନ ଖାଆନ୍ତି ଯଦି ନ ଆଣନ୍ତି ତେବେ ସେଦିନ ନିକଟରେ ଯାହା ମିଳିଲା ସେଥିରେ ଚଳାଇ ନିଅନ୍ତି। କିନ୍ତୁ ଏବେ ଯାଏ କେବେ ବି ହୋଟେକୁ ଯାଇ ଖାଇ ନାହାନ୍ତି। କାହିଁକି ନା ହ‌ୋଟେଲରେ ଯାଇ ଖାଇଲେ ପଇସା ଖର୍ଚ୍ଚ ହୋଇଯିବ। ଆଉ ପୁଅ ଓ ଝିଅକୁ ଖାଇବାକୁ ମିଳିବନି। ଏହିପରି ଗତ ବର୍ଷ ଝିଅକୁ ବାହାଘର କରିଥିବାବେଳେ ଚଳିତବର୍ଷ ପୁଅକୁ ବାହା କରାଇଛନ୍ତି। ଏବେ ତାଙ୍କ ପରିବାର ଭଲରେ ଚାଲୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର