ନାବାଳିକା ଦୁର୍ଷ୍ମମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ, ପ୍ରମାଣ ଅଭାବରୁ ତିନି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କେନ୍ଦୁଝର: ଦୁଇ ଜଣ ନାବାଳିକା ଦୁର୍ଷ୍କମକାରୀଙ୍କୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଥିବା ଅନ୍ୟ ତିନିଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଯୋଡା କମାରଯୋଡାର ଶ୍ରୀବତ୍ସ ଲୋହାର (୨୦)ଙ୍କର ଯୋଡା ଅଞ୍ଚଳର ଜଣେ ନାବାଳିକା ରେଖା (ଛଦ୍ମନାମ-୧୫)ଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ତାଙ୍କ ପ୍ରେମ ସଂପର୍କ ବାବଦରେ ରେଖାଙ୍କ ଜେଜେମା ଜାଣିବା ପରେ ତାଙ୍କୁ ଗାଳିଗୁଲଜ କଲେ । ଫଳରେ ଏଥିରେ ବିରକ୍ତି ହୋଇ ରେଖା ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଚାଲିଯାଇଥିଲେ ।

ତେବେ ଶ୍ରୀବତ୍ସ ରେଖାଙ୍କୁ କହିଲା ଯେ କାହିଁକି ସାଙ୍ଗ ଘରେ ରହୁଛି । ସେଠାରୁ ଚାଲି ଆସ, ମୋ ମାମୁଙ୍କ ଘରେ ରହିବ । ପ୍ରେମିକାର କଥାରେ ପଡି ରେଖା ୨୦୧୯ ଜୁନ ୨୪ ତାରିଖ ସଂଧ୍ୟା ବେଳେ ଶ୍ରୀବତ୍ସ ନିକଟକୁ ଚାଲି ଆସିଥିଲେ । ଫଳରେ ଶ୍ରୀବତ୍ସ ରେଖାଙ୍କୁ ନେଇ ଯୋଡା ଲକ୍ଷ୍ମୀ ପଡିଆକୁ ଚାଲିଯାଇଥିଲା । ସେଠାରେ ବିଳମ୍ବ ହେବାରୁ ରାତି ହୋଇଯାଇଥିଲା । ଏହି ସମୟରେ ଆଜାଦ ବସ୍ତିର ଦୁମ୍ବି ମୁଣ୍ଡା (୨୫), ଅଜିତ ମିଶ୍ର (୩୦), ସୁରଜ ମୁଣ୍ଡା (୨୦), କ୍ରିଷ୍ଣା କାରୁଆ (୨୩) ସେଠାରେ ପହଞ୍ଚିଥିଲେ । ସମସ୍ତେ ମିଶି ରେଖାଙ୍କୁ ବାରମ୍ବାର ଗଣ ଦୁର୍ଷ୍କମ କରିଥିଲେ । ଫଳରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ତେଣୁ ସେଠାରେ ରେଖା ଛାଡି ସମସ୍ତେ ଫେରାର ହୋଇଯାଇଥିଲେ । ଖବର ପାଇ ଶ୍ରୀବତ୍ସର ମାମୁ ମଙ୍ଗଲ ସୁରେନ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରେଖାଙ୍କୁ ଉଦ୍ଧାର କରି ଯୋଡା ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତା’ ପରଦିନ ଶ୍ରୀ ସୁରେନ ଯୋଡା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୁଲିସ ୫ ଜଣ ଦୁର୍ଷ୍କମକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି କେସର ବିଚାର କରି ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ଲୋକନାଥ ସାହୁ ଶ୍ରୀବତ୍ସ ଓ ଦୁମ୍ବିକୁ ଦୋଷୀ ସାବସ୍ତ୍ୟ କରିବା ସହିତ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲେ । ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ତେବେ ପ୍ରମାଣ ଅଭାବରୁ ଅଜିତ, ସୁରଣ ଓ କ୍ରିଷ୍ଣା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ରେଖାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି । ଏହି କେସକୁ ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ ।

 

ସମ୍ବନ୍ଧିତ ଖବର