ଜୟପୁର: ୨୦୧୬ମସିହାରେ କୁନ୍ଦ୍ରା ଥାନା ଅର୍ନ୍ତଗତ ଭୁଷଙ୍ଗଗୁଡ଼ା ଗାଁରେ ଜମି ଜମା ମାମଲାକୁ ନେଇ ଭାଉଜଙ୍କୁ ହତ୍ୟା ଏବଂ ନଣନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଅତିରିକ୍ତ ସେସନସ୍ ଜଜ୍ ତଥା ଅତିରିକ୍ତ ଜିଲ୍ଲା ଦୈରାଜଜ୍ ରାଜେଶ ନାୟର ବିଚାର କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମାନସିଂ ଗାଦବାକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ବିଶ୍ବନାଥ ଗାଧବାକୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ ପ୍ରକାଶକରିଛନ୍ତି। ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଦୁଇ ସହ ଅଭିଯୁକ୍ତ ଅର୍ଜୁନ ଗାଧବା, ଦୈତାରୀ ଗାଧବାଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି।
ସୂଚନା ମୁତାବକ, ଗତ ୨୦୧୬ମସିହା ପେବୃଆରୀ ୧୧ତାରିଖ ଦିନ କୋରାପୁଟ ଜିଲ୍ଲାର କୁନ୍ଦ୍ରା ଥାନା ଭୁଷଙ୍ଗଗୁଡ଼ା ଅଂଚଳର ଗୋଟିଏ ଜମିରେ ନିଳକଣ୍ଠ ଗାଧବାଙ୍କ ପତ୍ନୀ ସନମତି ଗାଧବା, ଭଉଣୀ ମାଣିକ ଗାଧବା କାମ କରୁଥିଲେ। ପୂର୍ବରୁ ଲାଗି ରହିଥିବା ଜମି ଜମା ବିବାଦକୁ ନେଇ ସେହି ଗାଁର ଅଭିଯୁକ୍ତ ମାନସିଂ ଗାଧବା, ବିଶ୍ବନାଥ ଗାଧବା, ଅର୍ଜୁନ ଗାଧବା, ଦୈତାରୀ ଗାଧବା ଟାଙ୍ଗିଆ, କାତି ସହ ବିଭିନ୍ନ ମାରଣାତ୍ସ ସହ ନିଳକଣ୍ଠଙ୍କ ଜମିକୁ ଯାଇଥିଲେ। ସେଠାରେ ଜମି କାମ କରୁଥିବା ସନମତି ଗାଧବାଙ୍କୁ ମୁଖ୍ୟଅଭିଯୁକ୍ତ ମାନସିଂ ଗାଧବା ଅଚାନକ ଭାବେ ଟାଙ୍ଗିଆରେ ଆକ୍ରମଣ କରି ଚଟ ମାରି ଚାଳିଥିଲେ। ଛାତି, ବେକ ଆଦି ସ୍ଥାନରେ ଅଭିଯୁକ୍ତ ମାରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସନମତି ରକ୍ତାକ୍ତ ହେବା ସହ ଟଳି ପଡ଼ିଥିଲେ। ସହ ଅଭିଯୁକ୍ତ ବିଶ୍ବନାଥ ନିଳକଣ୍ଠଙ୍କ ଭଉଣୀ ମାଣିକକୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମୁଣ୍ଡ ସହ ଦେହକୁ ମାରଣାତ୍ସରେ ଆକ୍ରମଣ କରିଥିଲେ। ଏଥିରେ ମାଣିକ ବି ଗୁରୁତର ହୋଇ ପଡ଼ିଥିଲେ। ଦୀର୍ଘ ଦିନ ଚିକିତ୍ସା ପରେ ମାଣିକ ଠିକ ହୋଇଥିଲେ।
ଏହି ମାମଲାରେ ୪ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨,୩୦୭, ୩୨୪, ୪ପିସି ଓ୬ପିସି ଆକ୍ଟରେ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିଲେ। ଏହି ମାମଲାର ବିଚାର ଚାଳିଥିବା ବେଳେ ୧୮ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶକରି ମୁଖ୍ୟ ଅଭିଯୁକ୍ତ ମାନସିଂଙ୍କୁ ଆଜୀବନ ସଶ୍ରମକାରାଦଣ୍ଡାଦେଶ ୫୦ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଆଉ ୨ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ କୁହାଯାଇଛି। ସହ ଅଭିଯୁକ୍ତ ବିଶ୍ବନାଥ ଗାଧବାଙ୍କୁ ୩ବର୍ଷ ସଣ୍ରମ କାରାଦଣ୍ଡଦେଶ ଦିଆଯାଇଛି। ସେଭଳି ଏହି ମାମଲାରେ ସହ ଅଭିଯୁକ୍ତ ଥିବା ଅର୍ଜୁନ ଗାଧବା, ଦୈତାରୀ ଗାଧବାଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଉଭୟଙ୍କୁ ମାନ୍ୟବର କୋର୍ଟ ନିର୍ଦୋଶରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧିର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)