ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚେଇଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡ ଘଟଣାର ଆଜି ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ବିବରଣୀରୁ ଜଣାଯାଏ ଯେ ଗତ ୭/୯/୨୦୧୬ ତାରିଖରେ ଚିଚେଇଗୁଡା ଗ୍ରାମର ଶ୍ରୀମୁଖ ବାଗଙ୍କୁ ହତ୍ୟା କରିବା ସହିତ ତାଙ୍କ ପୁତ୍ର କୁନା ବାଗଙ୍କୁ ମରଣାନ୍ତକ ଆକ୍ରମଣ କରା ଯାଇଥିଲା। ଏହି ଘଟଣାରେ ଜୁନାଗଡ ଥାନା କେସ ୨୬୮/୨୦୧୬ ଦଫା ୨୯୪,୩୦୨,.୩୦୭,୩୨୬,୩୪ରେ କେସ ରୁଜୁ କରି ଅଭିଯୁକ୍ତ ଜଗତ ଜୁଏଡ଼ ଓ ପବିତ୍ର ଜୁଏଡ଼ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହି ଘଟଣାର ବିଚାର କରି ଆଜି ଜଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଦଣ୍ଡା ଦେଶ ପ୍ରଦାନ କରିଛନ୍ତି। ମୃତକ ପରିବାରକୁ ଜିଲ୍ଲା ଆଇନ ସେବା ସହାୟତା ପାଣ୍ଠି ପ୍ରଦାନ କରିବା ପାଇଁ ମଧ୍ୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଥିଲେ।