ଭର୍ତ୍ତୃହରିଙ୍କୁ ‘ଲାଇଫଟାଇମ୍‌ ଆଚିଭମେଣ୍ଟ୍‌ ଆୱାର୍ଡ’

ନୂଆଦିଲ୍ଲୀ: ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ଲୋକମତ ସଂସଦୀୟ ପୁରସ୍କାର-୨୦୨୨’ ଅନ୍ତର୍ଗତ ‘ଲାଇଫଟାଇମ୍‌ ଆଚିଭମେଣ୍ଟ୍‌ ଆୱାର୍ଡ’ ପାଇଁ ମନୋନୀତ କରାଯାଇଛି। ଶ୍ରୀ ମହତାବଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନୀଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ। ଏମାନଙ୍କ ସହ ଏନ୍‌ସିପିର ରାଜ୍ୟସଭା ସାଂସଦ ବନ୍ଦନା ଚୌହାନ ଓ ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ, ଶ୍ରେଷ୍ଠ ପ୍ରଥମ ପଦାର୍ପଣ ସାଂସଦ ଭାବେ ଆର୍‌ଜେଡିର ରାଜ୍ୟସଭା ସାଂସଦ ପ୍ରଫେସର ମନୋଜ କୁମାର ଝା ଓ ବିଜେପିର ଲୋକସଭା ସାଂସଦ ତେଜସ୍ବୀ ସୂର୍ଯ୍ୟ, ରାଜ୍ୟସଭା ଟିଏମ୍‌ସି ସାଂସଦ ଡେରିକ ଓବ୍ରେନ୍‌ ଏବଂ ଲୋକସଭା ସାଂସଦ ତଥା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସିଙ୍କୁ ମଧ୍ୟ ପୁରସ୍କାର ପାଇଁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର