ଘୁ.ଉଦୟଗିରି: କେନ୍ଦ୍ର ଏବଂ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବହୁବିଧ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କୋଟିକୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ଚାଷୀ କିଭଳି ସରକାରୀ ଯୋଜନାର ସୁଫଳ ପାଇପାରିବେ, କୃଷି ଉତ୍ପାଦନ ବୃଦ୍ଧି ହେବା ସହ ରୋଜଗାର ବଢ଼ିବ ସେଇ ଲକ୍ଷରେ ଜଳସେଚନ ଠାରୁ ଆରମ୍ଭ କରି ବିହନ ବଣ୍ଟନ ଉତ୍ପାଦନ ବୃଦ୍ଧି ସହ ବିକ୍ରି ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ବେପରୁଆ ନୀତି ହେଉ କି ଲାଭଖୋର ମନୋବୃତି ଯୋଗୁଁ ନିରୀହ ଗରିବ ଚାଷୀମାନେ ସରକାରୀ ଯୋଜନାର ସୁଫଳ ପାଇବା ବଦଳରେ କ୍ଷତିରେ ପଡ଼ି ଚାଷ ପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି।
ନିଜ ଗାଁରେ ଜମି ପଡ଼ିଆ ପକେଇ ଦାଦନ ଖଟି ଘର ସଂସାର ଚଲେଇବାକୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତ ମୁଣ୍ଡିକିଆ ଗାଁରେ। ଉଠାଜଳସେଚନ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଗାଁର ଚାଷୀଙ୍କ ଜମିକୁ ଜଳଯୋଗାଣ ନିମନ୍ତେ ଏକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲିଫ୍ଟ ମାଧ୍ୟମରେ ଜଳ ଯୋଗାଇ ଦେଉଥିବା ବେଳେ ବର୍ତ୍ତମାନ ତାହ ଅଚଳ ହୋଇ ପଡ଼ିରହିଛି।
୨୦୨୨ ମସିହାରୁ ଲିପ୍ଟି ଇଲେକ୍ଟ୍ରି ଟ୍ରାନ୍ସଫର୍ମର ଫିଉଜ୍ ଉଡ଼ି ଯାଇଥିବାରୁ ବାରମ୍ବାର ମରାମତି ପାଇଁ ଦାବି କରିଛନ୍ତି ଚାଷୀ ରାମେଶ୍ବର ପ୍ରଧାନ, ଶିବରାମ ପ୍ରଧାନ, କେଶବ ପ୍ରଧାନ କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଚାଷୀ ମୁଣ୍ଡବ୍ୟଥା। ଯାହା ଫଳରେ ବିଲରେ ଚାଷ କରିଥିବା ଚାଷ ଜମିରେ ଲଗାଇଥିବା ପନିପରିବା ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ଉଠାଜଳସେଚନ ମାଧ୍ୟମରେ ଜଳ ପାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀ ଦାବି କରିଛନ୍ତି। ତେଣୁ ତୁରନ୍ତ ବିଦ୍ୟୁତ୍ ଟ୍ରାସ୍ପର ମରାମତି କରିବା ପାଇଁ ଦାବି କରିଛନ୍ତି।