ସମଲେଶ୍ବରୀ ପୀଠରେ ଖୁବଶୀଘ୍ର ଲାଇଟ୍ ଓ ସାଉଣ୍ଡ ସୋ’

ଭୁବନେଶ୍ବର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ ଦେଖିବାକୁ ମିଳିବ। ଓଟିଡିସି ପକ୍ଷରୁ ୮ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଟ୍ରାଇ କଲର ପ୍ରାଇଭେଟ ଲିମିଟେଡ୍‌ ଏହାର କାର୍ଯ୍ୟଭାର ନେଇଥିବା ବେଳେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ଏହି ଲାଇଟ୍‌ ସାଉଣ୍ଡ ସୋ’ ଦେଖିବା ଓ ଶୁଣିବାର ଅବକାଶ ମିଳିବ। ପରେ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ସୋ’ ପରିବେଷଣ କରାଯିବ ବୋଲି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି। ଏହି ସୋ’ ମଧ୍ୟରେ ସମଲେଶ୍ବରୀଙ୍କ ସମ୍ପର୍କିତ କଥାବସ୍ତୁକୁ ପ୍ରଦର୍ଶିତ କରାଯିବ।

ସମ୍ବନ୍ଧିତ ଖବର