ଆଜିଠାରୁ ପୁଣି ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’

କୋଣାର୍କ : ‘ଫନି’ ବାତ୍ୟା ପରଠାରୁ ବନ୍ଦ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ଆସନ୍ତାକାଲିଠାରୁ ପୁଣି ଆରମ୍ଭ ହେବ। ପ୍ରଳୟଙ୍କରୀ ବାତ୍ୟାରେ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏପରିକି ଦୁଇ ସପ୍ତାହ ଧରି ମନ୍ଦିରକୁ ବିଜୁଳି ସଂଯୋଗ ମଧ୍ୟ ହୋଇ ପାରି ନ ଥିଲା। ଏବେ ସୂର୍ଯ୍ୟମନ୍ଦିର ସ୍ଥିତି ସ୍ୱାଭାବିକ ହେଉଛି। ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହୋଇଥିଲେ ମଧ୍ୟ ସୂର୍ଯ୍ୟ ମନ୍ଦିରର କାହାଣୀ ଉପରେ ଆଧାରିତ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଆରମ୍ଭ ହୋଇ ପାରି ନ ଥିଲା। ଏହି ସୋ’କୁ ପୁଣି ଆରମ୍ଭ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ କିଛି ଦିନ ଧରି ଉଦ୍ୟମ ଜାରି ରହିଥିଲା। ଆଜି ସନ୍ଧ୍ୟାରେ ଏହି ସୋ’ର ପରୀକ୍ଷାମୂଳକ ପ୍ରଦର୍ଶନ ସରିଛି। ଏହା ସଫଳ ହୋଇଥିବାରୁ ଆସନ୍ତାକାଲି ସନ୍ଧ୍ୟାରୁ ଏହା ପୂର୍ବଭଳି ଜାରି ରହିବ ବୋଲି ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରତି ସନ୍ଧ୍ୟା ୭ଟା ୩୦ରୁ ୮ଟା୧୦ ପର୍ଯ୍ୟନ୍ତ ପ୍ରଥମ ସୋ’ ଏବଂ ସନ୍ଧ୍ୟା ୮ଟା ୩୦ରୁ ୯ଟା ୧୦ ପର୍ଯ୍ୟନ୍ତ ଦ୍ବିତୀୟ ସୋ’ ପ୍ରଦର୍ଶନ କରାଯିବ।

ସମ୍ବନ୍ଧିତ ଖବର