ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା!

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଅନୁଭୂତ ହୋଇଛି। ସର୍ବାଧିକ ବର୍ଷା କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ୪୬.୨ମିଲିମିଟିର ହୋଇଥିବା ରେକର୍ଡ କରାଯାଇଛି। ‌

ବର୍ତମାନ ପାଣିପାଗର ସ୍ଥିତି ଅନୁଯାୟୀ ମୌସୁମୀଜନିତ ନିମ୍ନଚାପ ରେଖା  ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହାଲୁଆର, ଗୋହ୍ବାଲିୟର, ସପ୍ନା, ଅମ୍ବିକାପୁର, ଓଡ଼ିଶାର ଝାରସୁଗୁଡ଼ା, ବାଲେଶ୍ବର ମଧ୍ୟ ଦେଇ ଦକ୍ଷିଣ ପୂର୍ବଦିଗରେ ଏହା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।

ଏହାପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ କେତେ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମଧରଣ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ଆସନ୍ତା କାଲିଠାରୁ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଗାମୀ ୫ଦିନ ପାଇଁ ପ୍ରବଳ ବର୍ଷାର କୌଣସି ପ୍ରକାର ୱାର୍ଣ୍ଣିଂ ଜାରି କରାଯାଇନାହିଁ। ଆଜି ଭୁବନେଶ୍ବର ଓ କଟ‌କରେ ମୁଖ୍ୟତଃ  ପାଗ ମେଘାଛନ୍ନ ରହିବ । ସମୟସମୟରେ ମଧ୍ୟମରୁ ତୀବ୍ର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର