ଭୁବନେଶ୍ବର: ଗତକାଲି ରାତିରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି କୋହଲା ପାଗ ପରିଲକ୍ଷିତ ହୋଇଛି। ଦ୍ବୈତ ନଗରୀ ଭୁବନେଶ୍ବର-କଟକରେ ହାଲୁକା ବର୍ଷା ଲୋକଙ୍କୁ ଯାତାୟତରେ ଅସୁବିଧା ସୃଷ୍ଟି କରିଛି। ଆଜି ସକାଳୁ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।
ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଓ ଆସନ୍ତାକାଲି ଅନୁରୂପ ପାଗ ରହିବ ବୋଲି ଜଣାଯାଇଛି। ଏଣେ ଆଗାମୀ ୨୬ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଘଟିବ ବୋଲି ସୂଚନା ରହିଛି।୨୪ ଘଣ୍ଟାପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରି ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା |
ଉତ୍ତର ଉପକୂଳ ଓଡ଼ିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ପାର୍ଶ୍ଵବର୍ତ୍ତୀ ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଲାଗିରହିଛି।