ଭୁବନେଶ୍ବର : ଆସନ୍ତା ଦୁଇଦିନ ରାଜ୍ୟରେ ଶୀତ ବଢ଼ିବ। କିନ୍ତୁ ୨୮ ଓ ୨୯ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୨୮ତାରିଖରୁ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ଏପରିକି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ୨୮ତାରିଖରେ କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ବି ବର୍ଷା ହେବାର ସମ୍ଭାବନା ରହିଛି।

publive-image The Statesman

ସେହିପରି ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ପାଗ ବଦଳିବ। କିନ୍ତୁ ଥଣ୍ଡା ବଢ଼ିବ। ରାତିର ତାପମାତ୍ରା କମିବ। ଅପରପକ୍ଷେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୨୭ରେ ରାଜ୍ୟରେ ଶୀତ ବଢ଼ିବ। ୨୭ତାରିଖରେ ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ହେଲେ ୨୮ ଓ ୨୯ରେ ବର୍ଷା ହେଲେ ରାତିର ତାପମାତ୍ରା ବର୍ତ୍ତମାନ ତୁଳନାରେ ୪ରୁ ୬ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୨୧ଟି ଜିଲ୍ଲାରେ ପାରଦ ୧୫ଡିଗ୍ରି ତଳେ ରହିଛି।