ଭୁବନେଶ୍ୱର: ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୫ଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ।

Advertisment

ଏଥିସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା ଥିବା ବେଳେ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୩୧ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଜୁନ୍‌ ୧ରୁ ପାଗ ମୁଖ୍ୟତଃ ଶୁଖିଲା ରହିବ।