କଟକ: ବାଲେଶ୍ବରର ଏଫ୍ଏମ୍ ସ୍ବୟଂଶାସିତ କଲେଜ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିବା ଜ୍ୟୋତି ପ୍ରକାଶଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିଲା।
ସେ କଟକର ଏସସିବିରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କଠାରେ ଏବେ ମାନସିକ ଅବସାଦ ଦେଖାଦେଇଛି।
ଏନେଇ ସାଇକ୍ରାଟିକ ଡାକ୍ତର ଏବେ ତାଙ୍କ ଉପରେ ନଜର ରଖିଛନ୍ତି। ସେ ନୀରବ ରହୁଛନ୍ତି। କିନ୍ତୁ ସେ ପୂର୍ବରୁ ଏପରି ନଥିଲେ।
କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଜେରା ପରଦିନ ଠାରୁ ଜ୍ୟୋତି ପ୍ରକାଶଙ୍କ ଠାରେ ଏଭଳି ସ୍ଥିତି ଦେଖାଦେଇଛି। ସେ ଚୁପ୍ ଚାପ୍ ରହୁଛନ୍ତି।
ପରିବାର ଲୋକଙ୍କ ସହ ବିଶେଷ କଥା ହେଉନାହାନ୍ତି ବୋଲି ଏସସିବି ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି।
Fakir Mohan College
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/24/jyoti-prakash-in-mental-depression-silence-after-crime-branch-probe-2025-07-24-11-07-52.jpg)