ବଜ୍ରାଘାତରେ ଯୁବକ ମୃତ

ବିଂଝାରପୁର : ବିଂଝାରପୁର ବ୍ଲକ୍‌ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ରୂପ ସେଠୀଙ୍କ ପୁଅ ଅଭିରାମ(୪୦)ଙ୍କର ଆଜି ଅପରାହ୍ଣରେ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଅଭିରାମ ବିଲରେ ଗାଈ ଚରାଉଥିବା ବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥି​ଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିରାମ ପରଘରେ ମୂଲ ଲାଗି ପରିବାର ଚଳାଉଥିଲେ। ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ଓ ୪ ଝିଅ ଅସହାୟ ହୋଇପଡ଼ିଛନ୍ତି। ଅଭିରାମଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ନନ୍ଦ କିଶୋର ମଲିକ, ସମିତିସଭ୍ୟା ଅନସୂୟା ମଲିକ, ପ୍ରଦ୍ୟୁମ୍ନ ପାତ୍ର, ମନୋଜ ସାମଲ, ସନ୍ଧ୍ୟାରାଣୀ ପାତ୍ର, ଉମେଶ ଦାସ, ପ୍ରସନ୍ନ ନାୟକ, ସୁଶାନ୍ତ ଧଳ, ପ୍ରଭାସ ନାୟକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର