ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୁକୁରିମୁଣ୍ଡ ଗ୍ରାମର ଜଣେ ଯୁବକ ମାଛମାରି ଫେରୁଥିବା ବେଳେ ବଜ୍ରପାତରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁକରିମୁଣ୍ଡି ଗ୍ରାମର ବସିତ କୁମାର ମାଝୀ (୨୬) ବୋଲି ଜଣାପଡ଼ିଛି। ବସିତ ଆଜି ସକାଳେ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ଡ୍ୟାମରୁ ଫେରୁଥିବା ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି।
ଗାଁ ଲୋକେ ଧରମବନ୍ଧା ଥାନାକୁ ଖବରଦେବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଶବ ଜବତ କରିଥିଲା। ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)