ସମ୍ବଲପୁର : ଜାନୁଆରି ଶେଷ ସୁଦ୍ଧା ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’। ଏଥିନେଇ ନିର୍ମାଣ କାମ ନେଇଥିବା ଟ୍ରାଇକଲର ଇଣ୍ଡିଆ ଗୁରୁବାରଠାରୁ କାମ ଆରମ୍ଭ କରିଛି। ଚୁକ୍ତି ଅନୁସାରେ କାମ ଆରମ୍ଭ କରିବାର ୪ ମାସ ମଧ୍ୟରେ ଶେଷ ହେବା କଥା। କିନ୍ତୁ ୨ ମାସ ମଧ୍ୟରେ ହିଁ କାମ ଶେଷ କରିବାକୁ ଉକ୍ତ କମ୍ପାନିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କଣ୍ଟ୍ରୋଲ୍ ରୁମ୍ କାମ ଆରମ୍ଭ ହୋଇଥିବା ସମୟରେ ଖୁବ୍ ଶୀଘ୍ର କେବଲିଂ କାମ ମଧ୍ୟ ଆରମ୍ଭ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି। ଗତ ୧୭ ତାରିଖରେ ପର୍ଯ୍ୟଯନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିବା ସମୟରେ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ କାମ ଶୀଘ୍ର ଶେଷ କରିବାକୁ ଗୁରୁତ୍ବାରୋପ କରିଥିଲେ।
ମନ୍ଦିର ପରିସରରେ ରହିଥିବା ସମଲେଶ୍ବରୀ ଭବନ ସମ୍ମୁଖରେ ହିଁ ଏହି କଣ୍ଟ୍ରୋଲ ରୁମ୍ ନିର୍ମାଣ କରାଯାଉଥିବା ସମୟରେ ୪ଟି ପ୍ରୋଜେକ୍ଟର ଯୋଗେ ମନ୍ଦିର ଓ ହାତୀ ଦ୍ବାର ଉପରକୁ ପ୍ରୋଜେକ୍ଟ କରାଯିବ। ଏହି ସୋ’ରେ ସମଳେଶ୍ବରୀ ମନ୍ଦିରର ଇତିହାସ, ନୂଆଖାଇ, ଦଶହରା, ନବରାତ୍ରୀ ପରି ପର୍ବରେ ମା’ଙ୍କ ପୂଜାର୍ଚ୍ଚନା ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ୩୦ ମିନିଟ୍ର ଏହି ସୋ’ ଅନୁଷ୍ଠିତ ହେବ। ଯାହା ୩ଟି ଭାଷା ଯଥା ହିନ୍ଦୀ, ଇଂରାଜୀ ଓ ଓଡ଼ିଆରେ ଭକ୍ତଙ୍କୁ ସୂଚନା ପ୍ରଦାନ କରିବ। ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନେଇ ଘୋଷଣା କରିଥିବା ସମୟରେ ୨୦୧୮ ମସିହାରେ ଡିପିଆର୍ ଦାଖଲ ହୋଇଥିଲା। ୨୦୧୯ ଏପ୍ରିଲରେ ରାଜ୍ୟ ସରକାରଙ୍କ ଏକ ଟିମ୍ ସର୍ଭେ କରିବା ପରେ ସରକାରଙ୍କ ପକ୍ଷରୁ ୭ କୋଟି ଯଙ୍କା ମଞ୍ଜୁର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/maa-samaleswari-1.jpg)