ସୋରଡ଼ା: ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ହାତୀଖାଲ ଗ୍ରାମରେ ସୋମବାର ଅପରାହ୍ଣରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଛି। ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନେ ହେଲେ ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ।
ସୂଚନା ଅନୁସାରେ ଗ୍ରାମର ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ଗାଁ ନିକଟରେ ଆଜି ଅପରାହ୍ଣରେ ଛେଳି ଚରାଉଥିଲେ। କାଳବୈଶାଖୀ ଯୋଗୁଁ ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ୩ ଛେଳିଚରାଳି ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଚିକିତ୍ସା ଦେବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/generic-lightning.jpg)